କନକ ବ୍ୟୁରୋ: ବେଳେବେଳେ ମଣିଷର ଏଭଳି ପ୍ରତିକୂଳ ପରିସ୍ଥିତି ଆସେ ଯେତେବେଳେ ସ୍ୱପ୍ନରେ ବି ଭାବିନଥିବା କାମକୁ କରିବାକୁ ବାଧ୍ୟ ହୁଏ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡ ରୋଡବେଜ୍ ପାଖ ବସଷ୍ଟାଣ୍ଡ ପାଖ ଫୁଟପାଥରେ । ଯାହା ସେଠିକାର ବାଟୋଇଙ୍କୁ ଭାବବିହ୍ୱଳ କରିଛି ।

Advertisment

 ‘ପୁଅ ନବ ପୁଅ, ମୁଁ ମୋ ପୁଅକୁ ବିକ୍ରି କରିବାକୁ ଚାହୁଁଛି’: ଜଣେ ଅସହାୟ ବାପାର ଏଭଳି ଡାକ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି । ଉତ୍ତରପ୍ରଦେଶ ଆଲିଗଡ ମହୁଆ ଖେଡା ନିହାର ମୀରା ସ୍କୁଲ ନିକଟରେ ରୁହନ୍ତି ରାଜ୍ ଜୁମାର । କିଛି ମାସ ତଳେ ଖଣ୍ଡେ ଜମି କିଣିବାକୁ ଜଣେ ବ୍ୟକ୍ତିଙ୍କୁ ଧାର କରିଆଣି  ଟଙ୍କା ଦେଇଥିଲେ । କିନ୍ତୁ କିଛି ମୁଷ୍ଟିମେୟ ଲୋକ ଜମିକୁ ହଡପ କରିନେଇଥିଲେ । ଫଳରେ ଜମି ତ ପାଇଲେ ନାହିଁ ଜମି ମାଲିକ ଟଙ୍କା ବି ଫେରାଇଲା ନାହିଁ । ଖାଲି ସେତିକି ନୁହେଁ  ତାଙ୍କର ପେଟ ପୋଷୁଥିବା ଅଟୋରିକ୍ସାକୁ ବି ଛଡାଇନେଇଥିଲେ ମୁଷ୍ଟିମେୟ ବ୍ୟକ୍ତି । ନ୍ୟାୟ ପାଇବାକୁ ସ୍ଥାନୀୟ ପୁଲିସ ପାଖକୁ ଯାଇଥିଲେ ବି କେହି ଶୁଣିନଥିଲେ । ବାଧ୍ୟ ହୋଇ ନିଜ ପୁଅକୁ ବାଜି ଲଗାଇବାକୁ ବାହାରିଲେ । ଗୋଟିଏ ବୋଲି ପୁଅକୁ ବିକିବାକୁ ଫୁଟପାଥରେ ପରିବାର ସହ ବସିଛନ୍ତି ରାଜକୁମାର ।

ପୁଅକୁ ୬ ଲକ୍ଷ ଟଙ୍କାରେ ବିକିବାକୁ ସେଲ ଡାକ ଦେଉଛନ୍ତି ରାଜ କୁମାର । ଅନ୍ତତଃ ଟଙ୍କାତକ ମିଳିଲେ ଝିଅଟିକୁ ପାଠ ପଢାଇବା ସହ ପରିବାର ଚଳାଇବେ ବୋଲି କହିଛନ୍ତି ରାଜକୁମାର । ଜଣେ ମହିଳା ତାଙ୍କୁ ବୁଝାଇବା ପରେ ବି ଉଠିନଥିଲେ ରାଜକୁମାରଙ୍କ ପରିବାର । ପରେ ପୁଲିସ ଆସି ତାଙ୍କୁ ବୁଝାସୁଝା କରିବା ସହ ନିଜ ସହ ନେଇଯାଇଥିଲେ ।