ଅକ୍ଟୋବର ପହିଲାରୁ ବଦଳିବାକୁ ଯାଉଛି କ୍ରେଡିଟ୍ ଓ ଡେବିଟ୍ କାର୍ଡ ପେମେଣ୍ଟ ପ୍ରକ୍ରିୟା,ଆରବିଆଇ ଲାଗୁ କରିବ ଏମିତି ନିୟମ

294

କନକ ବ୍ୟୁରୋ : ଆସନ୍ତା ମାସ ପହିଲାରୁ ଅଟୋ ଡେବିଟ୍ ପେମେଣ୍ଟ ନିୟମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆରବିଆଇ ତରଫରୁ ଅକ୍ଟୋବର ଆରମ୍ଭରୁ ନୂଆ ଅଟୋ ଡେବିଟ୍ ସିଷ୍ଟମ ଲାଗୁ କରିବ ବୋଲି ସୂଚନା ମିଳିଛି । ଏହି ନିୟମ ଆଧାରରେ ବ୍ୟାଙ୍କ ଓ ପେଟିଏମ- ଫୋନ ପେ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ କିସ୍ତି କିମ୍ବା ବିଲରୁ ଟଙ୍କା କାଟିବା ପୂର୍ବରୁ ବାରମ୍ବାର ହେଉଥିବା ଅସୁବିଧାର ସମାଧାନ ହୋଇଯିବ । ଆପଣଙ୍କ ସିଷ୍ଟମରେ ଏମିତି ପରିବର୍ତ୍ତନ ଆସିବ କି ଆପଣ ଗୋଟିଏ ଥର ଅନୁମତି ଦେବା ପରେ ଟଙ୍କା ପ୍ରତିଥର ସ୍ୱଂୟକ୍ରିୟ ଭାବେ କଟିଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମେ କହିଥିଲା କି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ୟୁପିଆଇ ବା ଅନ୍ୟ ପ୍ରିପେଡ ପେମେଣ୍ଟ ଉପକରଣର ଉପଯୋଗ କରୁଥିବା ଲୋକ ରେକରିଂ ଟ୍ରାନଜାକ୍ସନ ପାଇଁ ଅତିରିକ୍ତ ଫେକ୍ଟର ଅଥେଣ୍ଟିକେସନର ଆବଶ୍ୟକତା ପଡିବ ।

କଣ ଏହି ଅଟୋ ଡେବିଟ୍ ସିଷ୍ଟମ
ଅଟୋ ଡେବିଟର ଅର୍ଥ ହେଉଛି ଆପଣ ମୋବାଇଲ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ବିଜୁଳି, ଗ୍ୟାସ, ଏଲଆଇସି କିମ୍ବା ଅନ୍ୟ କିଛି ଦେୟକୁ ଅଟୋ ଡେବିଟ ମୋଡରେ ପେମେଣ୍ଟ କରିବାକୁ ଚାହୁଁଛନ୍ତି । ତେବେ ଏକ ନିର୍ଦ୍ଧିଷ୍ଟ ତାରିଖରେ ଆପଣଙ୍କ ବ୍ୟାଙ୍କ ଖାତାରୁ ଏହି ଅର୍ଥ କଟିଯିବ । ଯଦି ଏବେ ଅଟୋ ଡେବିଟର ନୂଆ ନିୟମ ଲାଗୁ ହେବ ତେବେ ଆପଣଙ୍କ ବିଲ୍ ପେମେଣ୍ଟ ଉପରେ ଏହାର ପ୍ରଭାବ ପଡିବ । ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଥିଲେ ଆପଣ ଆପଣଙ୍କ ମୋବାଇଲ ନମ୍ବରକୁ ଅପଡେଟ୍ କରିବା ଜରୁରୀ । କାରଣ ଆପଣଙ୍କ ମୋବାଇଲ ନମ୍ବର ମାଧ୍ୟମରେ ଆପଣଙ୍କ ଅଟୋ ଡେବିଟର ମେସେଜ ପଠାଯିବ ।

ନୂଆ ନିୟମ ଲାଗୁ ହେବା ପରେ ବ୍ୟାଙ୍କକୁୁ ଆପଣଙ୍କ ପେମେଣ୍ଟ ତାରିଖରୁ ୫ ଦିନ ପୂର୍ବରୁ ଏକ ସୂଚନା ଦେବାକୁ ହେବ । ପେମେଣ୍ଟର ୨୪ ଘଂଟା ପୂର୍ବରୁ ଆପଣଙ୍କୁ ଏହି ସୂଚନା ଦ୍ୱିତୀୟଥର ପାଇଁ ବ୍ୟାଙ୍କକୁ ଦେବାକୁ ପଡିବ । ଏହି ରିମାଇଣ୍ଡରରେ ପେମେଣ୍ଟର ତାରିଖ ଓ ରାଶି ଭଳି କିଛି ଜରୁରୀ ସୂଚନା ଦେବାକୁ ପଡିବ । ଏଥିରେ ଅପ୍ଟ ଆଉଟ ବା ପାର୍ଟ ପେ ବିକଳ୍ପ ବି ରହିବ । ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହାସହ ୫୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଓଟିପି ସିଷ୍ଟମ ବାଧ୍ୟତା ମୂଳକ କରାଯିବ ।

ଆରବିଆଇ ତରଫରୁ ବ୍ୟାଙ୍କିଙ୍ଗ ଠକେଇ ଓ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିୟମ ଜାରି କରିଥିଲେ । ବର୍ତମାନର ବ୍ୟବସ୍ଥା ମୁତାବକ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ କିମ୍ବା ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଗୋଟିଏ ଥର ଅନୁମତି ନେବା ପରେ ପ୍ରତି ମାସରେ ବିନା ସୂଚନାରେ ଗ୍ରାହକଙ୍କ ଖାତାରୁ ଅର୍ଥ କାଟି ନିଆଯାଉଛି । ଏହାଦ୍ୱାରା ଗ୍ରାହକମାନେ ଅନେକ ସମୟରେ ଠକାମୀରେ ଶିକାର ହେଉଛନ୍ତି । ଏହି ଠକାମୀରୁ ଗ୍ରାହକଙ୍କୁ ସୁରକ୍ଷା ଦେବାକୁ ଏଭଳି ନିୟମ ଲାଗୁ କରାଯାଇଛି ।