ବଡ ଭାଇ ବଳଭଦ୍ରଙ୍କ ପରେ ପହଣ୍ଡି ବିଜେ କଲେ ଭଉଣୀ ସୁଭଦ୍ରା । ଧାଡି଼ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

Advertisment
ବଡ ଭାଇ ବଳଭଦ୍ରଙ୍କ ପରେ ପହଣ୍ଡି ବିଜେ କଲେ ଭଉଣୀ ସୁଭଦ୍ରା । ଧାଡି଼ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

କନକ ବ୍ୟୁରୋ: ବଡ ଭାଇ ବଳଭଦ୍ରଙ୍କ ପରେ ଝୁଲିଝୁଲି ଆସୁଛନ୍ତି ଭଉଣୀ ସୁଭଦ୍ରା । ପହଣ୍ଡି ବିଜେ କରୁଛନ୍ତ ଦେବୀ ସୁଭଦ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ । ଶୂନ୍ୟ ପହଁଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡି କରାଯାଇଛି ।

publive-image
ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଛନ୍ତି ମା ସୁଭଦ୍ରା ।

publive-image
ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଗୋଟି ପହଣ୍ଡିରେ ବାହାରିଛନ୍ତି ଆଉ ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପ ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେବେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe