ସିବିଆଇ ରେଡ୍ ନେଇ ମୁହଁ ଖୋଲିଲେ ଦେବୀ ମିଶ୍ର : କହିଲେ, ରେଡ୍ ନୁହେଁ ତଦନ୍ତ ପାଇଁ ଆସିଥିଲେ ; ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ ହୋଇଥିଲା

282

କନକ ବ୍ୟୁରୋ : ସିବିଆଇ ରେଡ୍ ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, ରେଡ୍ ନୁହେଁ ତଦନ୍ତ ପାଇଁ ଆସିଥିଲା ସିବିଆଇ । ସି-ସୋର ବୋଟିଂ ପ୍ରୋଜେକ୍ଟ ନେଇ ସିବିଆଇ ୭ ବର୍ଷ ହେବ ତଦନ୍ତ କରୁଛି । ସି-ସୋର ମହାନଦୀ ପର୍ଯଟନ ପ୍ରକଳ୍ପ ବିଷୟରେ ପଚରା ଉଚରା କଲେ । ଯେହେତୁ ପର୍ଯ୍ୟଟନ ମନ୍ତ୍ରୀ ଥିଲି ସେ ସମ୍ପର୍କରେ ପଚାରିଲେ । ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ ମଧ୍ୟ ହୋଇଥିଲା ।

ସିସୋର ଲିଙ୍କରେ ଆଜି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢାଉ କରିଥିଲା । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ ହୋଇଥିଲା । ତାଙ୍କ ଘରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ଅଟ୍ରି ମହାନଦୀ ବୋଟିଂ ପାଇଁ ସି-ସୋରକୁ ଅନୁମତି ଦେଇଥିଲେ । ଏହାର ଖୋଳତାଡ ପାଇଁ ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି । ପୂର୍ବରୁ ଦେବୀ ମିଶ୍ରଙ୍କ ଦୁଇ ସହଯୋଗୀ ପ୍ରଫୁଲ୍ଲ ସିଂ ଏବଂ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଜେରା କରିଥିଲା ।