କନକ ବ୍ୟୁରୋ: ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନବିସ । ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଦେବେନ୍ଦ୍ର । ଇସ୍ତଫା ପୂର୍ବରୁ ଶିବସେନା ଉପରେ ପ୍ରବଳ ବର୍ଷି ଦେବେନ୍ଦ୍ର କହିଲେ, ନିର୍ବାଚନ ପୂର୍ବରୁ ଶିବସେନା କିଛି ସର୍ତ୍ତ ରଖିନଥିଲା କିନ୍ତୁ ମହାମେଣ୍ଟକୁ ଜନାଦେଶ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଲଚାଲ କରିବା ଆରମ୍ଭ କରିଥିଲା ଶିବସେନା ।
ଏପରିକି ଯେତେବେଳେ ସରକାର ଗଠନ ପାଇଁ ଆମ ଦୁଇ ଦଳକୁ ସରକାର ନିମନ୍ତ୍ରଣ ଦେଲେ ସେତେବେଳେ ଶିବସେନା ଆମ ହାତ ଛାଡ଼ିଥିଲା । ପଛରେ ଏନସିପି-କଂଗ୍ରେସ ସହ ସାମିଲ ହୋଇ ଗଣତନ୍ତ୍ରକୁ ଧୋକା ଦେଲା ଶିବସେନା । ତେବେ ଯେଉଁମାନେ ସରକାର ଗଢ଼ିବାକୁ ଯାଉଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇ କଟାକ୍ଷ କରିଛନ୍ତି ଦେବେନ୍ଦ୍ର କହିଛନ୍ତି, ଆମ ପାଖରେ ବହୁମତ ନାହିଁ କିନ୍ତୁ ଯେଉଁମାନେ ସରକାର ଗଢ଼ିବାକୁ ଯାଉଛନ୍ତି ସେମାନଙ୍କ ଉପରେ ସନ୍ଦେହ ବଢୁଛି । କାରଣ ଯେଉଁ ଦଳମାନେ ସରକାର ଗଢ଼ିବାକୁ ଯାୁଛନ୍ତି ସେମାନଙ୍କ ମଧ୍ୟରେ ଭାଷା ମତଭେଦ ଅଧିକ ରହିଛି । ତେଣୁ ଏ ସରକାର କେତେଦିନ ଚାଲିବ ତାହା ଭଗବାନଙ୍କୁ ଜଣା ।
Devendra Fadnavis: After this I'll go to Raj Bhavan and tender my resignation. I wish them all the best whoever will form the govt. But that will be a very unstable govt as there is huge difference of opinions. #Maharashtrapic.twitter.com/Wrhb4PE1rV
— ANI (@ANI) November 26, 2019
ନିର୍ବାଚନ ପୂର୍ବରୁ କି ପରେ ଶିବସେନାକୁ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମ ସହ କେବେ ବି ସର୍ତ୍ତ ହୋଇ ନଥିଲା ଆଉ ରାଷ୍ଟ୍ରପତି ଶାସନ ଲାଗୁ ପରେ ଏନସିପି ବିଧାୟଳକଦଳ ନେତା ଅଜିତ୍ ଦାଦା ଆମ ସହ ସାମିଲ ହୋଇ ସରକାର ଗଢ଼ିବା ପାଇଁ ସମର୍ଥନ ଜଣାଇଥିଲେ କିନ୍ତୁ ଆସନ୍ତାକାଲି ବହୁମତ ସାବ୍ୟସ୍ତ କରି ସରକାର ଗଢ଼ିବା ପୂର୍ବରୁ ଇସ୍ତଫା ଦେଇଦେଲେ ଅଜିତ୍ ଦାଦା । ତେଣୁ ସରକାର ଗଢ଼ିବା ପାଇଁ ଆଉ ଆମ ପାଖରେ ବହୁମତ ନାହିଁ । ତେଣୁ ଆମେ ବିରୋଧୀ ଦଳଭାବେ ବିଜେପିରେ ବସିବୁ ।
ମହାରାଷ୍ଟ୍ର ମଙ୍ଗ ଧରିବାକୁ ଯାଉଥିବା ମେଣ୍ଟ ସରକାର ହେଉଛନ୍ତି ତିନି ଚକ ବିଶିଷ୍ଟ ସରକାର , ଯାହା କେବେ ବି ଠିକ୍ ସେ ଚାଲିବନି । ତେଣୁ ବିଜେପି ବିରୋଧୀ ଦଳ ସିଟ୍ ରେ ବସିବ । ଆଉ ଜନତାଙ୍କ ସ୍ୱର ହୋଇ ସରକାରଙ୍କ ସହ ଲଢ଼େଇ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବେବେନ୍ଦ୍ର ।