କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା କେନ୍ଦ୍ରର ନିଷ୍ପତ୍ତିି । କେନ୍ଦ୍ର ଯାହା ନିଷ୍ପତ୍ତିି ନେବ ଆମେ ସେଥିରେ ସହମତି ଦେବୁ ।

Advertisment

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ତୋମାର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୨ରୁ ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଆଗାମୀ ନିର୍ବାଚନରେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବ । ରାଜ୍ୟରେ ବିଧାନସଭା ଓ ଲୋକସଭାରେ ବିଜେପି ବହୁମତ ପାଇବ ବୋଲି ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ।