ରୋଚକ ହେଉଛି ପାରାଦୀପ ରାଜନୀତି: ଦେବାଶିଷ ସାମନ୍ତରାୟ ବନାମ ସମ୍ବିତ ରାଉତରାୟ, ଏଥର କାହାକୁ ମିଳିବ ବିଜେଡି ଟିକେଟ?

359

କନକ ବ୍ୟୁରୋ: ଦେବାଶିଷ ସାମନ୍ତରାୟ ପାରାଦୀପ ଉପରେ ନଜର ପକାଇଥିବା, ବାପା ଦାମୋଦର ରାଉତରାୟ ଅଭିଯୋଗ ଆଣିବାର ଦିନକ ପରେ ସମାନ ଅଭିଯୋଗ ଆଣିଛନ୍ତି ପୁଅ ସମ୍ବିତ ରାଉତରାୟ । ଦେବାଶିଷଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେ ନିଜେ ନିର୍ବାଚନମଣ୍ଡଳୀର ସଂଗଠନ ଗଢ଼ିବାରେ ଦୁର୍ବଳ । ଯାହାଫଳରେ କଂଗ୍ରେସଠାରୁ ହାରିବାକୁ ପଡିଲା । ମୁଖ୍ୟମନ୍ତ୍ରୀ ବିଚାର କରିବେ ୨୦୨୪ରେ ପାରାଦୀପରେ କାହାକୁ ଟିକେଟ ମିଳିବ ।

ଶ୍ରମିକ ଦିବସ ଅବସରରେ ପାରାଦୀପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ବିଧାୟକ ଦେବାଶିଷ୍ ସାମନ୍ତରାୟ । ଆଉ ଏହି କାର୍ଯ୍ୟକ୍ରମର ମଂଚ ଉପରୁ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସମ୍ବିତ ରାଉତ ରାୟ ।

ଏହା ଭିତରେ କିନ୍ତୁ ଦେଖିବାକୁ ମିଳିଛି, ଦେବାଶିଷ୍ କଟକରେ ଚା’ ଖଟିର ସାମିଲ ହେଉଛନ୍ତି । ସକାଳୁ ସକାଳୁ ଚାଖଟିରେ ପହଁଚି ଲୋକ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତିି । ଲୋକଙ୍କ ଅସୁବିଧା ସୁବିଧା ପଚାରି ବୁଝୁଛନ୍ତି । କିନ୍ତୁ ଦେବାଶିଷଙ୍କ ଆଭିମୁଖ୍ୟ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଦେବାଶିଷ କେଉଁଠୁ ଲଢ଼ିବେ, ପାରାଦୀପରୁ ନା କଟକରୁ ତାହା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ଦୁଇ ବିଜେଡି ନେତାଙ୍କ କଳି ଭିତରେ ଉଭୟଙ୍କୁ ସମାଲୋଚନା କରିଛନ୍ତି ସ୍ଥାନୀୟ ବିଜେପି ନେତା । ତେବେ ପାରାଦୀପ ରାଜନୀତି କୁଆଡେ ଯାଉଛି, ବିଜେଡି କାହାକୁ ଟିକେଟ ଦେଉଛି, ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।