କନକ ବ୍ୟୁରୋ: ବିଜେଡି ଛାଡିଲେ ବରିଷ୍ଠ ନେତା ଦେବାଶିଷ ନାୟକ । ଯାଜପୁର ଜିଲ୍ଲା ବରୀରୁ ୪ ଥର ବିଧାୟକ ଥିବା ଦଳର ବରିଷ୍ଠ ନେତା ଦେବାଶିଷ ନାୟକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ଦେବାଶିଷ ।
ଇସ୍ତଫାପତ୍ରରେ ଦେବାଶିଷ ଦଳର ସଭାପତିଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କୁ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ସେ ତାଙ୍କର ଇସ୍ତଫାର ନିଦ୍ଧିଷ୍ଟ କୌଣସି କାରଣ ଉଲ୍ଲେଖ କରିନାହାଁନ୍ତି ।
ବିଜେଡି ଛାଡିଲେ ବରିଷ୍ଠ ନେତା ଦେବାଶିଷ ନାୟକ
ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର
ବରୀରୁ ୪ ଥର ବିଧାୟକ ଥିଲେ ଦେବାଶିଷ ନାୟକ
ନବୀନ ସରକାରରେ ମନ୍ତ୍ରୀ ପଦରେ ଥିଲେ ଦେବାଶିଷ
୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ଥିଲେ ମନ୍ତ୍ରୀ
କ୍ରୀଡା, ସୂଚନା ଓ ଲୋକସମ୍ପର୍କ ବିଭାଗର ଥିଲେ ମନ୍ତ୍ରୀ
୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଥିଲେ… pic.twitter.com/A6MW8w5y1K— Kanak News (@kanak_news) February 25, 2024
ସୂଚନାଯୋଗ୍ୟ ଯେ, ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦେବାଶିଷ ନାୟକ । ଯାଜପୁର ଜିଲ୍ଲା ବରୀରୁ ସେ ୪ ଥର ବିଧାୟକ ରହିଥିଲେ । ଖାଲି ସେତିକି ନୁହେଁ, ନବୀନ ତାଙ୍କୁ ନିଜ ସରକାରରେ ମନ୍ତ୍ରୀ ପଦ ମଧ୍ୟ ଦେଇଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ ଦେବାଶିଷ । କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରହିସାରିଥିଲେ ବିଜେଡିର ଏହି ବରିଷ୍ଠ ନେତା । ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା । ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟକ ହେଇଥିଲେ ।
ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ଏହା ପୂର୍ବରୁ ଦଳ ଛାଡିଛନ୍ତି ଦେବାଶିଷ । ତେବେ ସେ ଏବେ ଅନ୍ୟ କେଉଁ ଦଳକୁ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।