ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡ଼ି । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କରିବ ପ୍ରାର୍ଥୀପତ୍ର ଦାଖଲ, କିଏ ହେବେ ତୃତୀୟ ପ୍ରାର୍ଥୀ, ସସପେନ୍ସ ଜାରି

163

କନକ ବ୍ୟୁରୋ : ବିଜେଡି ରାଜ୍ୟସଭା ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ନେତା ସୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ଯିବେ । ଏ ନେଇ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ । ହେଲେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ସମସ୍ତଙ୍କୁ ସସପେନ୍ସରେ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ରାଜ୍ୟସଭା ଦୌଡରେ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ତୃତୀୟ ପ୍ରାର୍ଥୀ କରି ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଚମକାଇ ଦେଇପାରନ୍ତି । ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ପ୍ରକାଶ ପାଇସାରିଛି ବିଜ୍ଞପ୍ତି । ଫେବ୍ରୁଆରୀ ୧୫ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ଫେବ୍ରୁଆରୀ ୧୬ରେ ପ୍ରାର୍ଥିପତ୍ର ଯାଂଚ, ୨୦ରେ ହେବ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଏପ୍ରିଲ ୩ ତାରିଖରେ ସରୁଛି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏମାନଙ୍କ ସ୍ଥାନରେ ୩ ଜଣ ଯିବେ ରାଜ୍ୟସଭା । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ।

ଦେବାଶିଷ ସାମନ୍ତରାୟ
ଦେବାଶିଷ କଟକ ଜିଲ୍ଲା ବିଜେଡି ସଭାପତି ଅଛନ୍ତି
କଟକ-ବାରବାଟୀର ବିଧାୟକ ଥିଲେ ଦେବାଶିଷ
୨୦୦୯ରୁ ୨୦୧୯ ଯାଏଁ ବିଧାୟକ ଥିଲେ
ପାରାଦ୍ୱୀପରେ ବିଜେଡି ବୈଠକରେ ସାମିଲ ହେଉଥିଲେ
ପାରାଦୀପ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା
କଟକ-ବାରବାଟୀରେ କିଏ ହେବେ ବିଜେଡି ପ୍ରାର୍ଥୀ?

ସୁଭାଶିଷ ଖୁଣ୍ଟିଆ
ସୁଭାଶିଷ ବିଜେଡି ଯୁବମୋର୍ଚ୍ଚାର ଉପସଭାପତି ଅଛନ୍ତି
ଓଡିଶା ମୋ ପରିବାର, ପୁରୀର ସଂଯୋଜକ
ପରିକ୍ରମା ପ୍ରକଳ୍ପରେ ସୁଭାଶିଷଙ୍କ ପ୍ରମୁଖ ଭୂମିକା ଥିଲା
ଜମି ଅଧିଗ୍ରହଣ ବେଳେ ସକ୍ରିୟ ଥିଲେ ସୁଭାଶିଷ
ପୁରୀ ସହରରେ ବଡ ସଙ୍ଗଠକ

ତୃତୀୟ ପ୍ରାର୍ଥୀ
୩ଟି ଆସନରୁ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ସସପେନ୍ସ ଜାରି ରହିଛି ।
ସରପ୍ରାଇଜ ଦେବେ କି ବିଜେଡି ସୁପ୍ରିମୋ?
ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା?
୩ଟି ଯାକ ଆସନରେ ବିଜେଡିର ବିଜୟ ନିଶ୍ଚିତ
ତଥାପି ତୃତୀୟ ଆସନକୁ ନେଇ କାହିଁକି ସସପେନ୍ସ?
ମହିଳା କାର୍ଡ ଖେଳିବ କି ବିଜେଡି?
ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ମିଳିପାରେ କି ପ୍ରତିନିଧିତ୍ୱ ?