କନକ ବ୍ୟୁରୋ: ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ । ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା । ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ । ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ । ଏବେ ଟିକେଟ ନମିଳିବା ପରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି । କହିଛନ୍ତି ବରୀବାସୀ ମୋ ବଳ । ଦଳ ମୋ ପାଇଁ ବଡ଼ ନୁହେଁ । ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢ଼ିବି ।