ଭାରତୀୟ କ୍ରିକେଟ ଟିମରେ ଖେଳିବ କିଏ, ବାଛିବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ।

417

କନକ ବ୍ୟୁରୋ : ଓଡ଼ିଶା କ୍ରିକେଟ ପାଇଁ ଖୁସିଖବର । ଏଣିକି ଭାରତୀୟ କ୍ରିକେଟ ଟିମ ବାଛିବେ ଓଡ଼ିଆ ପୁଅ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ଆଜି ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ ସମେତ ଚୟନ କମିଟି ପାଇଁ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସୁପାରିଶ କରିଛି । ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ଏହି ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ବିସିସିଆଇ । ୫ ଜଣିଆ ଚୟନ କମିଟିରେ ଏହା ପୂର୍ବରୁ ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ସ୍ଥାନ ପାଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।

ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ଟିମ୍ ଇଣ୍ଡିଆ ପକ୍ଷରୁ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରେ ଏତେ କମ ମ୍ୟାଚ୍ ଖେଳିଥିଲେ ମଧ୍ୟ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସବୁବେଳେ ଦୃଷ୍ଟି ଆକର୍ଷଣ କରିଆସିଥିଲେ ଦେବାଶିଷ । ୪୫ଟି ଦିନିକିଆ ମ୍ୟାଚରେ ୫୭ଟି ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ ଦେବାଶିଷ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି ଦେବାଶିଷ । ଆଉ ଏବେ ବିସିସିଆଇ ଚୟନକର୍ତ୍ତା ଭାବେ ନିଯୁକ୍ତ ଦେଇ ଦେବାଶିଷଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦେଇଛି ।