ଗଡିଲା ‘ଦେବଦଳନ’ : ତାଳଧ୍ୱଜ ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ

128

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ।

ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ବର୍ଷା ହୋଇନଥିଲେ ମଧ୍ୟ ପାଣି ସିଂଚନ ଜାରି ରହିଛି ।