ଏଥର ବିନା ଭକ୍ତରେ ହୋଇପାରେ ସ୍ନାନଯାତ୍ରା । ପରିଚାଳନା କମିଟି ବୈଠକ ପରେ ମନ୍ଦିର ପ୍ରଶାସନର ସୂଚନା । କମ୍ ସେବାୟତଙ୍କୁ ନେଇ ଅନୁଷ୍ଠିତ ହୋଇପାରେ ସ୍ନାନଯାତ୍ରା

172

କନକ ବ୍ୟୁରୋ: ପ୍ରତ୍ୟକ ବର୍ଷ ଆପଣ ଦେଖୁଥିବା ମହାପଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଏଥର ଭିନ୍ନ ରୂପରେ ଆପଣଙ୍କ ସାମନାକୁ ଆସିବ । ଏଥର ଏମିତି ହୋଇପାରେ ଯେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇପାରେ । କାରଣ, କରୋନା ସଂକ୍ରମଣର ଆଶଙ୍କା ରହିଛି । ଜୁନ୍ ୫ ରେ ହେବାବୁ ଥିବା ମହାପ୍ରଭୁଙ୍କ ଦେବସ୍ନାନ ପୂଣ୍ଣିମା ନୀତି ସବୁବର୍ଷ ଭଳି ଚଳିତ ବର୍ଷ ସମାପନ କରିବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ମହାପ୍ରଭୁଙ୍କ ପହଁଣ୍ଡି ହେବ, ସୁବାଷିତ ଜଳରେ ମହାସ୍ନାନ ବି ହେବ । ହେଲେ ମହାପ୍ରଭୁଙ୍କ ଦୁଲର୍ଭ ହାତୀବେଶ ଦେଖିବାକୁ ବଡଦାଣ୍ଡରେ ହୁଏତ କେହି ଭକ୍ତ ନଥିବେ । ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । କାରଣ, କୋଭିଡ୍-୧୯ ମୁକାବିଲା ପାଇଁ ସରକାର ଲାଗୁ କରିଥିବା କଟକଣାକୁ ମାନି ପରମ୍ପରାକୁ ବଜାୟ ରଖିବା ପ୍ରଶାସନ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି ।

କେବଳ ବିନା ଭକ୍ତରେ ନୁହେଁ କମ୍ ସେବାୟତରେ ମଧ୍ୟ ସ୍ନାନପୂର୍ଣ୍ଣିମା କରିବାକୁ ନିଷ୍ପତି ହୋଇଛି । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବାକୁ ନିଯୋଗମାନଙ୍କୁ କୁହାଯାଇଛି । ଏବଂ ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିବେ । ଏଥିସହ ସ୍ନାନଯାତ୍ରାରେ ଯେଉଁମାନେ ଯୋଗଦେବେ ସେମାନଙ୍କର ନିୟମ ମାନିବେ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

ବିନା ଭକ୍ତ ଓ କମ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ହେଲେ ଏହା ଆଗାମୀ ରଥଯାତ୍ରା ପାଇଁ ଏକ ବଡ ସମ୍ଭାବନା ସୃଷ୍ଟି କରିବ । ଅନ୍ୟପଟେ ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ତେବେ କୋଭିଡ ମୁକାବିଲା ପାଇଁ ସରକାରଙ୍କ ପରବର୍ତି ଗାଇଡଲାଇନ ହିଁ ରଥଯାତ୍ରାର ଭବିଷ୍ୟତ ସ୍ଥିର କରିବ ।