କନକ ବ୍ୟୁରୋ : ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ନୂଆ ତଥ୍ୟ ମୁତାବକ ୨୦୨୧ ତୁଳନାରେ ୨୦୨୨ ରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ ରେ ଦେଶରେ ହୃଦଘାତରେ ୨୮,୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୩୨,୪୫୭ରେ ପହଂଚିଛି । ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି କି, କୋଭିଡ ମହାମାରୀ ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି । କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି କି, କରୋନା ଭୂତାଣୁ କାରଣରୁ ଲୋକଙ୍କର ହାର୍ଟ ଫଙ୍କସନ ଉପରେ ପ୍ରଭାବ ପକାଇଛି । ଗତ ୩ ବର୍ଷ ମଧ୍ୟରେ ଦେଶରେ ହୃଦଘାତ କାରଣରୁ ୫୬,୪୫୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ଚିନ୍ତାର ବିଷୟ ବୋଲି ଏନସିଆରବି ତାର ରିପୋର୍ଟରେ ପ୍ରକାଶ କରିଛି ।
ହୃଦଘାତକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ କାରଣ ଦର୍ଶାଉଛନ୍ତି । ସେଗୁଡିକ ମଧ୍ୟରୁ ଖାଦ୍ୟରେ ସର୍ବାଧିକ ସୋଡିୟମ, କମ୍ ବ୍ୟାୟାମ କରିବା, ଅତ୍ୟାଧିକ ଧ୍ରୁମପାନ କରିବା, ମଦ୍ୟପାନ କରିବା ଭଳି କାରଣମାନ ଦର୍ଶା ଯାଇଛି । ବିଶେଷଜ୍ଞଙ୍କ ମତରେ ଉଚ୍ଚ ହିମୋଗ୍ଲୋବିନ ସ୍ତର ମଧ୍ୟ ହୃଦଘାତର ଅନ୍ୟ ଏକ ପ୍ରମୁଖ କାରଣ ।