କନକ ବ୍ୟୁରୋ: ଛତିଶଗଡ ରାୟପୂୁରରେ ଦାଦନଙ୍କ ବସ ଦୁର୍ଘଟଣା ଖବରରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁରରେ ପହଚିଂବାକୁ କୁହାଯାଇଛି । ସେହିପରି ଛତିଶଗଡ ଡିଜିପିଙ୍କ ସହ ଯୋଗାଯୋଗରେ ରହି ଆହତଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ପରେ ପଦ୍ମପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରାୟପୁର ଗସ୍ତ କରିଥିବା ଟୁଇଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ତେବେ ରାୟପୁର ପୁଲିସର ତଥ୍ୟକୁ ଆଧାର କରି ମୃତକଙ୍କ ସଂଖ୍ୟା ୮ରେ ପହଚିଂଥିବା ଡିଜିପି ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣାରୁ ୫୯ ଜଣ ଦାଦନ ଶ୍ରମିକ ରକ୍ଷା ପାଇଯାଇଥିବା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Naveen-Patnaik.png)