କନକ ବ୍ୟୁରୋ: କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ସହର ନିକଟ ଜୟପୁର ଗାଁର ଯୁବକ ପିଂଟୁ ଖାନ । ବ୍ୟବସାୟ ପାଇଁ ବାଲିଆ ବଜାରକୁ ଯାଇଥିଲେ ପିଣ୍ଟୁ । ବାଣ ବିସ୍ଫୋରଣରେ ଆହତ ହୋଇ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକ । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ପିଣ୍ଟୁ ଫେରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସହାୟତା ପାଇଁ ଦାବି କରିଛନ୍ତି ତାଙ୍କ ପରିବାର । ବାଣ ଟ୍ରାଜେଡି ଘଟଣାରେ ଗଲାଣି ୨ ଜଣଙ୍କ ଜୀବନ । ଏବେବି ଆଉ ୩୨ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୮ଜଣ ଆଇସିୟୁରେ ଥିବା ସୂଚନା ମିଳିଛି । କାର୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣରୁ ଏଭଳି ଅଘଟଣ ଘଟିଥିଲା ।
Follow Us