ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି, ଶହ ଶହ ଲୋକ ଏବେବି ମାଟିତଳେ , ଚାଲିଛି ଜୋରଦାର ଉଦ୍ଧାର କାର୍ଯ୍ୟ ।

ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି, ଶହ ଶହ ଲୋକ ଏବେବି ମାଟିତଳେ , ଚାଲିଛି ଜୋରଦାର ଉଦ୍ଧାର କାର୍ଯ୍ୟ ।

କନକ ବ୍ୟୁରୋ: କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁସଂଖା ୧୫୮କୁ ବୃଦ୍ଧି ପାଇଛି । ଶତାଧିକ ଆହତ ହୋଇଛନ୍ତି। ଏବେ ବି ଅନେକ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ୟ୍ୟରେ ୩ ସେନା ମୁତୟନ ହୋଇଛନ୍ତି । ପ୍ରବଳ ବର୍ଷା ପାଇଁ କେରଳର ୧୧ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।

ଶହଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗଳବାର ଭୋର ସମୟରେ ଭୂସ୍ଖଳନ ଘଟିବାରୁ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ଘରୁ ବାହାରିବାର ସୁଯୋଗ ପାଇନଥିଲେ। ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଛି ଏବଂ ଅନେକ ଗଛ ଉପୁଡ଼ି ପଡ଼ିଛି। ଖରାପ ପାଗ ମଧ୍ୟରେ ସେନା, ନୌସେନା ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଏକାଧିକ ଏଜେନ୍ସି ମିଳିତ ଭାବେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe