କନକ ବ୍ୟୁରୋ : କାନ୍ଦି କାନ୍ଦି ସମସ୍ତେ ନୟାନ୍ତ । ରାସ୍ତାରୋକ ଚାଲିଛି । ବିଷାକ୍ତ ମଦ ନେଇଯାଇଛି ଜୀବନ । ବିଷାକ୍ତ ମଦକୁ ନେଇ ଗଂଜାମର ଚିକିଟିରେ ଏବେ କୋକୁଆଭୟ । ବିଷାକ୍ତ ମଦପିଇ ୨୦ରୁ ଅଧିକ ଗୁରୁତର ହୋଇଥିବାବେଳେ ବ୍ରହ୍ମପୁର ୱଡ ମେଡିକାଲର ଆଇସିୟୁରେ ଭର୍ତ୍ତି ଥିବା ଜୁର ବେହେରା ପ୍ରାଣ ହରାଇଛନ୍ତି । ଅନ୍ୟଜଣେ ଅସୁସ୍ଥ ଲୋକନାଥ ବେହେରା ବି ପ୍ରାଣ ହରାଇଛନ୍ତି । ଏହାପରେ ଗଂଜାମରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଲୋକଙ୍କ ଭିତରେ ଅସନ୍ତୋଷ ବଢିଛି । ଅସୁସ୍ଥଙ୍କ ଘରେ ବି କାନ୍ଦବୋବାଳି ପଡିଛି । ତେବେ ଅବକାରୀ ବିଭାଗ ଓ ପୁଲିସ ବିଷାକ୍ତ ମଦକୁ କିଭଳି ରୋକିପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।
ଅସୁସ୍ଥ ହୋଇପଡିଥିବା ଲୋକେ ନିକଟସ୍ଥ ମାଉନ୍ଦପୁର ଗାଁରୁ ଦେଶୀମଦ କିଣି ପିଇଥିଲେ । ଏବେ ଘଟଣା ସମ୍ନାକୁ ଆସିବା ପରେ ଗାଁ ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବାରମ୍ବାର ମଦ ଦେକାନ ହଟାଇବାକୁ ଦାବି କରିଥିଲେ ବି କେହି ଶୁଣିନଥିବା ଅଭିଯୋଗ ଆସିଛି ।
ଚିକିଟ ଅଂଚଳର ଦେଶୀମଦ ଭାଟିଗୁଡିକରେ ବିଷାକ୍ତ ରାସାୟନିକ ସାମଗ୍ରୀ ମିଶାଯାଉଥିବା ଅଭିଯୋଗ ହେଉଛି । ଏହା ସତ୍ବେ ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ ଯାଂଚକୁ କାହିଁକି କଡାକଡି କରିନଥିଲେ , ସେ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।
ଏବେ ବିଷାକ୍ତ ମଦମୃତ୍ୟୁ ପରେ ଚଢାଉ ହେବ ଯାଂଚ ବି ହେବ । ରାଜନୀତି ବି ଜୋର ଧରିବ । କିନ୍ତୁ ମଦମୃତ୍ୟୁର ଅନ୍ତ କେବେ ତାର ଉତର କାହା ପାଖରେ ନାହିଁ ।