ଚୀନରେ କରୋନା ଆତଙ୍କ: ୨୪ ଘଂଟାରେ ୩୮ ମୃତ; ମାତ୍ର ଗୋଟିଏ ଦିନରେ ୧ହଜାର ୭ ଶହ ନୂଆ ଆକ୍ରାନ୍ତ

୧୭୦ରେ ପହଁଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା; ମୋଟ ୭ହଜାର ସଂକ୍ରମିତ

461

କନକ ବ୍ୟୁରୋ: ଚୀନରେ କାୟା ବିସ୍ତାର କରୁଛି କରୋନା ଭାଇରସ । ଗତ ୨୪ ଘଂଟାରେ ଚୀନରେ ୩୮ ଜଣ ପ୍ରାଣ ହରାଇଲେଣି । କେବଳ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ୟୁବେଇରେ ୩୭ ଜଣ ପ୍ରାଣ ହରାଇଛନ୍ତି । ଉହାନ ଏହାସହ ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଗତ କିଛି ଘଂଟା ମଧ୍ୟରେ ୧ ହଜାର ୭ ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲାଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି କରୋନା ଭୂତାଣୁ ବ୍ୟାପିବା ନେଇ ଚିନ୍ତା ପ୍ରକଟ କରିଛି । ଏହାକୁ ନେଇ ଏକ କମିଟି ବିଗଠନ କରାଯାଇଛି ।ଚୀନରୁ ଫେରୁଥିବା ଲୋକଙ୍କ ଉପରେ କଡା ନଦର ରଖାଯାଇଛି । ଯୁବେଇର ଜନସଂଖ୍ୟା ଏକ କୋଟି ୧୦ ଲକ୍ଷ । ଏଠାରେ ରହୁଥିବା ଅଧିକାଂଶ ବିଦେଶୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଅଂଚଳରୁ ଆମେରିକା ଓ ଜାପାନା ନାଗରିକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ପଠାଯାଇଛି । ଜାପାନର ୩ ଜଣ ନାଗରିକଙ୍କ କରୋନା ଭତାଣୁର ଲକ୍ଷଣ ଦେଖାଦେଇଛି । ଫ୍ରାନ୍ସ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବି ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି ।