କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଅଚୁତାପୁରମ ଏସ.ଇ.ଜେଡ.ସ୍ଥିତ ଏକ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବିସ୍ଫୋରଣରେ ଆହତ କର୍ମଚାରୀଙ୍କୁ ଅନକାପଲ୍ଲୀ ଏନଟିଆର ହସ୍ପିଟାଲ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରିଆକ୍ଟରରେ କାହିଁକି ଓ କିପରି ବିସ୍ପୋରଣ ହେଲା ତାର କାରଣ ଜଣାପଡି ନାହିଁ। ଘଟଣାର ତଦନ୍ତ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।