ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୪୬ ମୃତଦେହ ଉଦ୍ଧାର, ସଂଖ୍ୟା ବଢିବା ନେଇ ଆଶଂକା

48

କନକ ବ୍ୟୁରୋ : କେରଳ ସହ ଏବେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ସୂତ୍ରରୁ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଏହାର କାରଣ ଭାବେ କୁହାଯାଇଛି କି ନୈନିତାଲରେ ଭୂସ୍ଖଳନ ଫଳରେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ତାଜା ରିପୋର୍ଟ ମୁତାବକ ମୋଟ ୪୬ ମୃତକଙ୍କ ମଧ୍ୟରୁ କେବଳ ନୈନିତାଲ ଜିଲ୍ଲାରେ ୨୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଏହାସହ ସରକାରୀ ସୂତ୍ର ମୁତାବକ ଏବେ ବି ଜିଲ୍ଲାରେ ୧୧ ଜଣ ଲୋକ ନିଖୋଜ ଅଛନ୍ତି ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବାୟୁସେନା, ଏନଡିଆରଏଫ୍ ଟିମ୍ ସହାୟତ କରିବାକୁ ପହଂଚିଛନ୍ତି । ଭୂସ୍ଖଳନ ହୋଇଥିବା ଅଞ୍ଚଳ ସହ ଜାତୀୟ ରାଜମାର୍ଗ ୧୦୭ ଅବରୋଧ ହୋଇଛି । ଫଳରେ ସେହି ଅଞ୍ଚଳଗୁଡିକ ସହ ଯୋଗା ଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି ।

ସେପଟେ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ବି ପ୍ରଭାବିତ ହୋଇଛି । ନୈନିତାଲରେ ସ୍ଥିତି ବିଗିଡିବା ଯୋଗୁଁ ପର୍ଯ୍ୟଟକମାନେ ବି ସେଠାରେ ଫଶି ରହିଛନ୍ତି ।