ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ; ମାଟି ତଳେ ଶତାଧିକ ଲୋକ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା ଓ ନୌସେନା

Advertisment
ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ; ମାଟି ତଳେ ଶତାଧିକ ଲୋକ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା ଓ ନୌସେନା

କନକ ବ୍ୟୁରୋ: କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ହୋଇଥିବାବେଳେ ଏବେବି ମାଟି ତଳେ ଶତାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥଳସେନା ଓ ନୌସେନାର ଯବାନ୍ ।

କେରଳର ୱାୟନାଡ଼ରେ , ସୋମବାର ରାତି ଥିଲା କାଳରାତ୍ରୀ । ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବାବେଳେ ମାଡି ଆସିଥିଲା କାଳ । ବାହାରେ ପ୍ରବଳ ବର୍ଷା ହେଉଥିଲା। ହଠାତ୍ ଏମତି କିଛି ଘଟିଲା ଯାହା ବୁଝିବାକୁ କାହା ପାଖରେ ସମୟ ନଥିଲା । ପ୍ରବଳ ବର୍ଷାରେ ଭୀଷଣ ଭୂସ୍ଖଳନ ଘଟି ଭାସିଯାଇଥିଲା ଶହଶହ ଘର, ଗାଡି । ଆଉ ନିଖୋଜ ହୋଇଯାଇଥିଲେ ଅନେକ ଲୋକ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଅନେକଙ୍କୁ ଖୋଜା ଚାଲିଛି । ଭୂସ୍ଖଳନରେ ମାଟିରେ ମିଶିଯାଇଛି ମୁଣ୍ଡାକାଇ, ଚୁର୍ଲାମାଲା, ଅଟ୍ଟାମାଲା ଓ ନୁଲପୁଜା ଗାଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe