ଛତିଶଗଡ ଦାନ୍ତେୱାଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଉଡିଗଲା ବୋଲେରୋ, ୭ ଯବାନ ସହିଦ୍ । ସର୍ଚ୍ଚ ଅପରେସନ ସାରି ଫେରିଲାବେଳେ କିରୁଣ୍ଡେଲା–ଚୋଲନାରା ରାସ୍ତାରେ ଅଘଟଣ

Advertisment
ଛତିଶଗଡ ଦାନ୍ତେୱାଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଉଡିଗଲା ବୋଲେରୋ, ୭ ଯବାନ ସହିଦ୍ । ସର୍ଚ୍ଚ ଅପରେସନ ସାରି ଫେରିଲାବେଳେ କିରୁଣ୍ଡେଲା–ଚୋଲନାରା ରାସ୍ତାରେ ଅଘଟଣ

କନକ ବ୍ୟୁରୋ: ଛତିଶଗଡ ଦାନ୍ତେୱାଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିସ୍ଫୋରଣରେ ୭ ଯବାନ ସହିଦ୍ ହୋଇଛନ୍ତି । ଘଟଣାସ୍ଥଳରେ ୫ଜଣ ସହିଦ୍ ହୋଇଥିବାବେଳେ ମେଡିକାଲରେ ଆଉ ୨ଜଣଙ୍କ ଜୀବନ ଯାଇଛି ।

publive-image

ମିଳିଥିବା ସୂଚନା ଅନୁସାରେ, କିରୁଣ୍ଡେଲା-ଚୋଲନାରା ରାସ୍ତାରେ ସର୍ଚ୍ଚ ଅପରେସନ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ଯବାନମାନେ ଆସୁଥିବା ବୋଲେରୋଟି ଉଡିଯାଇଥିଲା । ଆଉ ଛିଟକି ପଡିଥିଲେ ସେଥିରେ ଥିବା ୭ ଯବାନ ।

publive-image

ଏହା ସହିତ ସେମାନଙ୍କ ନିକଟରୁ ଏକେ-୪୭ ସମେତ ଅନ୍ୟାନ୍ୟ ଅସ୍ତଶସ୍ତ୍ର ଲୁଟି ନେଇଛନ୍ତ ମାଓବାଦୀ । ଦାନ୍ତେୱାଡାରୁ ବଚୋଲ ଯାଇଥିଲେ ଯବାନ । ସେମାନେ ସମସ୍ତେ ଛତିଶଗଡର ପୋଲିସ ବୋଲି ଜଣାପଡିଛି । ଏହି ସୂଚନା ଦେଇଛନ୍ତି ବସ୍ତର ଡିଆଇଜି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe