ବାହାନଗା ଟ୍ରେନ ଦୁର୍ଘଟଣାରେ ୨୬୧ ଛୁଇଁଲା ମୃତ୍ୟୁ ସଂଖ୍ୟା, ଦକ୍ଷିଣ ପୂର୍ବ ରେଲୱେର ସୂଚନା

270

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୬୧ ଛୁଇଁଲା ମୁତ୍ୟୁ ସଂଖ୍ୟା । ଉଦ୍ଧାର କାର୍ଯ୍ୟ ଶେଷ ସୁଦ୍ଧା ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦକ୍ଷିଣ ପୂର୍ବ ରେଲୱେ ।

ବାଲେଶ୍ୱର ବାହାନଗାରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ମରାମତି କାମ ଆରମ୍ଭ ହୋଇଛି । ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।