ମୁମ୍ବାଇରେ ହୋଡିଂ ଖସିପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି, ୬୦ରୁ ଅଧିକ ଆହତ ।

190

କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟକୋପରରେ ଏକ ହୋର୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ଘାଟକୋପର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଧୂଳିଝଡ଼ ଓ ବର୍ଷା ସମୟରେ ୧୦୦ ଫୁଟ ଲମ୍ବର ଏକ ବେଆଇନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବା ରୁ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ଘାଟକୋପର ହୋର୍ଡିଂ ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି। ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି।

ହୋର୍ଡିଂ ଭୁଶୁଡ଼ି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁମ୍ବାଇର ଘାଟକୋପର ଅଞ୍ଚଳରେ ହୋର୍ଡିଂ ପଡ଼ିବା ରୁ ଅନେକ ଲୋକଙ୍କ ଜୀବନ ଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସଫଳତା କାମନା କରୁଛି।