ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! ହାତରେ ଖଣ୍ଡା ଧରି ଭିଡିଓ ପୋଷ୍ଟ କଲା ଯୁବକ ।

Advertisment
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! ହାତରେ ଖଣ୍ଡା ଧରି ଭିଡିଓ ପୋଷ୍ଟ କଲା ଯୁବକ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ବେଙ୍ଗଲୁରୁର ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଜରିଆରେ ହତ୍ୟା ଧମକ ଦେଇଛି । ଏହି ଯୁବକଙ୍କ ନାମ ମହମ୍ମଦ ରସୁଲ ବୋଲି ଜଣାପଡିଛି । ଏନେଇ କର୍ଣ୍ଣାଟକର ୟାଦଗିରି ଥାନାରେ ଏକା ମାମଲା ରୁଜୁ କରି ପୋଲିସ । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯୁବକ ଜଣଙ୍କ ହାତରେ ଖଣ୍ଡା ଧରି ନିଜ ଫେସବୁକରେ ଏହି ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ସେ କହୁଛି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହାଲେ ସେ ମୋଦିଙ୍କୁ ହତ୍ୟା କରିବେ । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମହମ୍ମଦ ରସୁଲର ଘର ହାଇଦ୍ରାବାଦ ହୋଇଥିବାରୁ ତାକୁ ଗିରଫ କରିବା ପାଇଁ ହାଇଦ୍ରାବାଦର ଅନେକ ସ୍ଥାନରେ ଚଢାଉ କରିଛି କର୍ଣ୍ଣାଟକ ପୋଲିସ ।

ତେବେ ମହମ୍ମଦ ରସୁଲ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ନକରାତ୍ମକ ଟିପ୍ପଣୀ ଦେଇ ଆସୁଛି । ମାତ୍ର ଏବେ ହାତରେ ଖଣ୍ଡା ଧରି ଏଭଳି ହତ୍ୟା ଧମକ ଦେବା ଘଟଣାକୁ ଗୁରୁତର ସହ ନେଇଛି କର୍ଣ୍ଣାଟକ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe