ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ପ୍ରକାରର ରେସ୍ତୋରାଁ । ରେସ୍ତୋରାଁର ନାମ ଡ଼େଥ ଆଓ୍ଵାରନେସ କାଫେ ରହିଥିବା ବେଳେ ଏଠାରେ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ବସ୍ତୁର ବ୍ୟବହାର କରାଯାଇଛି । ଏହି କାଫେରେ ଗ୍ରାହକଙ୍କୁ ବଞ୍ଚିଥିବା ଅବସ୍ଥାରେ ମୃତ୍ୟୁର ଅନୁଭବ ଦେବା ପାଇଁ ଚେଷ୍ଟା କରାଯାଇଛି । ତେବେ ଏହି ଜିନିଷ ଗ୍ରାହକଙ୍କୁ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ କରିଛି । ଗ୍ରାହକମାନେ ମଧ୍ୟ ଖୁସିରେ ଆସି ଏଠାରେ ହାଡ଼ କଙ୍କାଳ ଏବଂ କବର ସହ ଫଟୋ ଉଠାଇ ଖାଦ୍ୟ ଖାଇଥାନ୍ତି ।
ଏହି ରେସ୍ତୋରାଁରେ ଗ୍ରାହକଙ୍କୁ ଜୀବନର ମୂଲ୍ୟ ବୁଝାଇବା ସହ ତାଙ୍କୁ ଜୀବନକୁ ଭଲ ପାଇବା ପାଇଁ ପ୍ରେରିତ କରାଯାଏ। ଏଠାରେ ମିଳୁଥିବା ଖାଦ୍ୟମାନଙ୍କର ନାମ ମଧ୍ୟ ମୃତ୍ୟୁ ସମ୍ବନ୍ଧୀୟ ରହିଛି। ଯେପରିକି ଡ଼େଥ ଡ଼୍ରିଙ୍କ୍ ଏବଂ ପେନଫୁଲ୍ ଡ଼୍ରିଙ୍କ ଇତ୍ୟାଦି । ଏଠାରେ ଧଳା ରଙ୍ଗର ଏକ କବର ପ୍ରସ୍ତୁତ କରାଯାଇ ଯାହାକୁ ଫୁଲରେ ସଜ୍ଜା ଯାଇଛି। ଏଥିମଧ୍ୟରେ ଗ୍ରାହକ ଶୋଇବା ସହ ତାଙ୍କର ଡ଼୍ରିଙ୍କର ମଜା ଉଠାଇଥାନ୍ତି ।ଏଠାରେ ମୃତ୍ୟୁକୁ ଅଧିକ ବାସ୍ତବିକ ଦର୍ଶାଇବା ପାଇଁ ହାଡ଼କଙ୍କାଳ ଗୁଡ଼ିକୁ ସଜ୍ଜିତ କରାଯାଇଛି।
ଏହି ରୋସ୍ତେରାଁକୁ ଆସିଥିବା କିଛି ଗ୍ରାହକଙ୍କୁ ପଚାରାଯିବାରୁ ସେମାନେ କହିଛନ୍ତି “ଏଠାକୁ ଆସିବା ପରେ ତାଙ୍କୁ ଅନୁଭୂତ ହୋଇଛି କି ଜୀବନ କେତେ ଛୋଟ ଏବଂ କେତେ ବେଳେ କାହା ସହିତ କଣ ହେବ ତାହା କହି ହେବ ନାହିଁ । ଏଣୁ ଜୀବନର ସମସ୍ତ ମୂହୂର୍ତ୍ତକୁ ଖୁସିର ସହ ବଞ୍ଚିବା ଉଚିତ ।”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/201804160522412241.jpg)