ଦେଶରେ ଏବେ ବଡ ଚିନ୍ତାଜନକ ବିଷୟ ରୂପେ ମୁଣ୍ଡ ଟେକିଛି ଦୁଷ୍କର୍ମ ମାମଲା । ଲୋକଙ୍କୁ କାମୁକତାର ଏତେ ସଉକ ହେଲାଣି ଯେ ଏହା କମିବାର ନାଁ ନେଉନାହିିଁି । କେଉଁଠି ଦୁଷ୍କର୍ମ ଘଟଣାରେ ଚୁଟକିରେ ଆକ୍ସନ୍ ନିଆଯାଉଥିବା ବେଳେ ଆଉ କେଉଁଠି ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ଭଳି ୭ ବର୍ଷ ସମୟ ଲାଗିଯାଉଛି । ଏକ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ କେବଳ ଦୁଷ୍କର୍ମ ଘଟଣାରେ ଗତ ୨ ବର୍ଷରେ ମୋଟ ୨୮ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । /kanak/media/post_attachments/wp-content/uploads/2019/12/0f2b5922-bd09-11e6-9409-56819dc9550f-300x169.jpg)
ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଦୁଇ ଜଣ ଦୁଷ୍କର୍ମକାରୀ ଦୁଷ୍କର୍ମ କରିଥିବା ବେଳେ ପାଞ୍ଚଜଣ ସଇତାନ ଗୁରୁବାର ସକାଳେ ପୀଡିତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କ ସହିତ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଷ୍ଟ୍ରୀୟ ଆକ୍ରୋଶ ଆରମ୍ଭ ହୋଇଥିଲା । ତେବେ , ମଧ୍ୟପ୍ରଦେଶରେ ୨୦୧୮ରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨୯ ଟି ମାମଲା ରୁଜୁ ହୋଇଥିଲା । ଯାହା ମଧ୍ୟରେ ୧୯ ଟି ମାମଲା ନାବାଳିକାଙ୍କ ସହିତ ସମ୍ବନ୍ଧିତ ଥିଲା । ସମସ୍ତ ୧୯ ଟି ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ସେହିଭଳି ୨୦୧୯ ରେ ୯ ଟି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/delhi_rape_victim_1355833801_540x540_0.jpg)
/kanak/media/post_attachments/wp-content/uploads/2019/12/images-300x168.jpg)