ଶରୀରର ଭୋକ ମେଣ୍ଟାଇବା ପାଇଁ ନିଜ ଝିଅକୁ ଦୁଷ୍କର୍ମ କଲା ବାପା ! ନ୍ୟାୟାଳୟ ଦେଲେ ମୃତ୍ୟୁ ଦଣ୍ଡାଦେଷ ।

ଶରୀରର ଭୋକ ମେଣ୍ଟାଇବା ପାଇଁ ନିଜ ଝିଅକୁ ଦୁଷ୍କର୍ମ କଲା ବାପା ! ନ୍ୟାୟାଳୟ ଦେଲେ ମୃତ୍ୟୁ ଦଣ୍ଡାଦେଷ ।

India Today

ନିଜ ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ଜଣେ ୪୨ ବର୍ଷୀୟ ବ୍ୟକ୍ତି ନିଜର ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଏହି ମାମଲାରେ ନ୍ୟାୟାଳୟ ଉକ୍ତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଛଅ ବର୍ଷର ନାବାଳିକା ଅଭିଯୁକ୍ତର ଜନ୍ମିତ ଝିଅ ନୁହେଁ ବୋଲି ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅନେକ ସମୟରେ ମୃତ ନାବାଳିକା ସହିତ ଅନେକ ସମୟରେ ଅପ୍ରାକୃତିକ ଯୌନ ସଂପର୍କ ରଖୁଥିଲା ଓ ତା’ସହିତ ଦୁଷ୍କର୍ମ ମଧ୍ୟ କରିଥିଲା। ୨୦୧୭ ମାର୍ଚ୍ଚ ୧୫ ତାରିଖରେ ଅଭିଯୁକ୍ତ ନାବାଳିକା ଝିଅର ତଣ୍ଟି ଚିପି ତାକୁ ଝୁଲାଇ ଦେଇଥିଲା।

publive-image

ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ଯେ ନାବାଳିକା ସହିତ ଅପ୍ରାକୃତିକ ଯୌନ ସଂପର୍କ ସାଙ୍ଗକୁ ଦୁଷ୍କର୍ମ ହୋଇଛି ଓ ତା’ର ତଣ୍ଟି ଚିପି ହତ୍ୟା କରାଯାଇଛି। ଡିଏନ୍ଏ ପରୀକ୍ଷା ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ନ୍ୟାୟାଳୟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିବା ଜଣାଯାଇଛି। ଏହି ଲୋମହର୍ଷଣକାରୀ ଘଟଣା ଭୋପାଳରେ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe