୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ମିଳିବ ଫାଶୀ । ମୃତ୍ୟୁଦଣ୍ଡ ପ୍ରସ୍ତାବ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ର ସ୍ୱୀକୃତି । କାଠୁଆ, ସୁରାଟ୍ ଓ ଇନ୍ଦୋର୍ ନାବାଳିକା ବଳାକ୍ରାର ଘଟଣାକୁ ନେଇ ଦେଶବ୍ୟାପୀ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆଗକୁ ପୋକ୍ସୋ ବା ଶିଶୁ ଯୌନଶୋଷଣ ନିରାକରଣ ଆଇନ୍ରେ ସଂଶୋଧନ କରାଯିବ । ୧୨ ବର୍ଷରୁ କମ୍ ନାବାଳିକା ବଳାକ୍ରାର ଘଟଣାରେ ଦୁଷ୍କର୍ମକାରୀକୁ ଝୁଲାଯିବ ଫାଶୀଖୁଂଟରେ ।
/kanak/media/post_attachments/wp-content/uploads/2018/04/RAPE_00000-300x169.jpg)
ଗତକାଲି ସର୍ବୋଚ୍ଚ ନ୍ୟାୟାଳୟରେ ନାବାଳିକା ବଳାକ୍ରାରୀଙ୍କୁ କଠୋର ଦଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ର ସୂଚନା ଦେଇଥିବା ବେଳେ ଆଜି କ୍ୟାବିନେଟ୍ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଛି । ଏହାପରେ ସରକାର ପୋକ୍ସୋ ବା ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିଛନ୍ତି
/kanak/media/post_attachments/wp-content/uploads/2018/04/Rape-Child-crime-300x200.jpg)
ନଜର ପକାନ୍ତୁ, କ’ଣ ରହିଛି ନୂଆ ପ୍ରସ୍ତାବରେ...
- ୧୨ ବର୍ଷରୁ କମ୍ ନାବାଳିକା ବଳାତ୍କାରୀକୁ ଫାଶୀ, ଅତି କମରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ
- ୧୨ ବର୍ଷରୁ କମ୍ ନାବାଳିକା ଗଣଦୁଷ୍କମକାରୀଙ୍କୁ ଆଜୀବନ ଜେଲ ବା ଫାଶୀ
- ପୀଡ଼ିତାଙ୍କ ବୟସ ୧୬ ବର୍ଷରୁ କମ୍ ହୋଇଥିଲେ ବଳାକ୍ରାରୀଙ୍କ ପାଇଁ ସର୍ବନିମ୍ନ ସଜା ୧୦ ବର୍ଷରୁ ୨୦ ବର୍ଷକୁ ବୃଦ୍ଧି ସହ ଆଜୀବନ କାରାଦଣ୍ଡ
- ୧୬ ବର୍ଷରୁ କମ୍ ନାବାଳିକା ଗଣଦୁଷ୍କମକାରୀଙ୍କୁ ଆଜୀବନ ଜେଲ
- ମହିଳା ବଳାକ୍ରାର ମାମଲାରେ ସର୍ବନିମ୍ନ ସଜା ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି
- ଅଧ୍ୟାଦେଶ ଦ୍ୱାରା ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟରେ ସଂଶୋଧନ
- ଦୁଷ୍କର୍ମ ମାମଲାର ଶୁଣାଣି ସାରିବାକୁ ୨ ମାସର ସମୟସୀମା ଧାର୍ଯ୍ୟ
/kanak/media/post_attachments/wp-content/uploads/2018/04/Rape-2-784x441-300x169.jpg)
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆଜି ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମୋହର ପରେ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ହାଇକୋର୍ଟ ସହ ଆଲୋଚନା କରାଯାଇ ନୂଆ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/RAPE-GFX.jpg)