କନକ ବ୍ୟୁରୋ: ୮ ଭାରତୀୟଙ୍କୁ ଦିଆଯାଇଥିବା ମୃତ୍ୟଦଣ୍ଡାଦେଶ ଉପରେ ଭାରତର ଆବେଦନକୁ ଗ୍ରହଣ କଲା କତାର । କତାରର ଅଦାଲତ ଭାରତର ଆବେଦନକୁ ଗ୍ରହଣ କରିଛନ୍ତି । ଏବେ ଆବେଦନର ଶୁଣାଣି ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ । କତାରସ୍ଥିତ ‘କୋର୍ଟ ଅଫ୍ ଫାଷ୍ଟ୍ ଇନଷ୍ଟାନ୍ସ’ ଦ୍ୱାରା ବର୍ଷେ ଜେଲ୍ରେ ରହିବା ପରେ ଗତ ମାସରେ ୮ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି
ଆଣ୍ଡ୍ କନସଲଟାନ୍ସି ସର୍ଭିସ୍’ ପାଇଁ କାମ କରୁଥିବା ଉକ୍ତ ୮ ବ୍ୟକ୍ତି ଇସ୍ରାଏଲ୍ ତରଫରୁ ଗୁପ୍ତଚରଗିରି କରୁଛନ୍ତି ବୋଲି ଦୋଷାରୋପ କରାଯାଇଥିଲା । ତେଣୁ ୨୦୨୨ ଅଗଷ୍ଟରେ ସେମାନେ ଗିରଫ ହୋଇଥିଲେ । ସେମାନଙ୍କୁ ରାଷ୍ଟ୍ରଦୂତଙ୍କ ସହିତ ଯୋଗାଯୋଗ କରିବା ସୁଯୋଗ ମଞ୍ଜୁର କରାଇବା ପରେ ଭାରତୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଏହି ୮ଜଣ ବ୍ୟକ୍ତି ଭାରତୀୟ ନୈାସେନାରେ ସେବା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/navy.jpg)