ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ । ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ତାତିଲେ ଲୋକେ, ଜାଳିଦେଲେ ଗାଡ଼ି

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ । ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ତାତିଲେ ଲୋକେ, ଜାଳିଦେଲେ ଗାଡ଼ି

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ । ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଅଟୋ ଜାଳିଦେଇଛନ୍ତି । ସ୍କୁଲ ଛୁଟି ପରେ ପଟ୍ଟାମୁଣ୍ଡାଇ ଔପଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଘରକୁ ଫେରୁଥିଲେ । ଅଟୋଟିରେ ୧୫ ଜଣ ଛାତ୍ରୀ ଥିଲେ । ଭାରସାମ୍ୟ ହରାଇ ରାଜନଗର ପଟ୍ଟାମୁଣ୍ଡାଇ-ଗରା ରାସ୍ତାରେ ଓଲଟିପଡିଥିଲା । ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ  ୪ ଜଣ ଆହତ ହୋଇଥିଲେ । ଆହତ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଭର୍ତି କରାଯାଇଛି । ଆବଶ୍ୟକ ଠାରୁ ଅଧିକ ଛାତ୍ରୀଙ୍କୁ ନେଇ ଅଟୋଟି ଆସୁଥିବାରୁ ଓଲଟିପଡିଥିବା ଜଣାପଡିଛି ।

publive-image

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଅଟୋକୁ ଜାଳିଦେଇଥିବା ଜଣାପଡ଼ିଛି।ଔପଦା ସରସ୍ବତୀ ଶିଶୁ ମନ୍ଦିର ଅଟୋ ପ୍ରାୟ ୧୫ଜଣ ପିଲାଙ୍କୁ ନେଇ ଯାଉଥିଲା। ହେଲେ ଓଭରଲୋଡିଂ ପାଇଁ ଗରା ଗାଁ ନିକଟରେ ଏହା ଓଲଟିପଡ଼ିବା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe