ମନିଷଙ୍କ ମୃତ୍ୟୁ ମାମଲା : କନ୍ଧମାଳରେ ସ୍ପେଶାଲ ସ୍କ୍ୱାର୍ଡ଼ରେ ୨ଜଣଙ୍କ ଆତ୍ମସମର୍ପଣ

Advertisment
ମନିଷଙ୍କ ମୃତ୍ୟୁ ମାମଲା : କନ୍ଧମାଳରେ ସ୍ପେଶାଲ ସ୍କ୍ୱାର୍ଡ଼ରେ ୨ଜଣଙ୍କ ଆତ୍ମସମର୍ପଣ

କନକ ବ୍ୟୁରୋ : ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ବଢ଼ୁଛି ରହସ୍ୟ । ମନିଷଙ୍କ ସହ , ଶେଷ ରାତିରେ ଥିବା ଆଉ ଦୁଇ ଜଣ ଆଜି ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ସ୍ପେଶାଲ ସ୍କାର୍ଡ଼ରେ ଏହି ୨ଜଣ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଭିତରେ ଜଣେ ସାମ୍ବାଦିକ ଅଛନ୍ତି । ସେମାନଙ୍କୁ ପଚରାଉଚୁରା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ପୋଲିସ ଟିମ୍ ଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ତିନି ଜଣ ଅଟକ ଅଛନ୍ତି । ଶ୍ୱାସରୁଦ୍ଧ ଯୋଗୁଁ ମନିଷଙ୍କର ମୃତ୍ୟୁ ହୋଇଥିବା ପ୍ରାଥିମିକ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସନ୍ଦେହ ବଢ଼ିଛି । ଏଥିସହ ରାତିି ୪ଟା ୧୧ ରୁ ୪ଟା ୧୮ ଭିତରେ ମନିଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମନିଷଙ୍କର କେମିତି ଶ୍ୱାସରୁଦ୍ଧ ହେଲା ? କେହି ତାଙ୍କ ତଂଟି ଚିପି ଦେଇଥିଲେ କି ? କିମ୍ବା ମୁହଁରେ କପଡା ପକାଇ ଚାପି ଶ୍ୱାସ ରୁଦ୍ଧ କରିଥିଲେ କି ? ଏସବୁ ଦିଗରୁ ପୋଲିସ ତଦନ୍ତ କରୁଛି ।

ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍ ସିଟିର ସିସି କ୍ୟାମେରା ଯାଞ୍ଚ୍ କରିବା ପରେ ପୁଲିସ ହାତରେ ଆଉ ଏକ ସୁରାକ୍ ଲାଗିଛି। ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲ୍‌ରୁ ବାହାରି ଏକ କାର୍ ଆଡ଼କୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ମାତ୍ର ଏହି କାର୍‌ରେ କିଏ କିଏ ଥିଲେ ଏବଂ କାର୍‌ ଭିତରେ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରଶ୍ନ ଉଠୁଛି, କାର୍ ଭିତରେ ଏମିତି କେଉଁ କଥାକୁ ନେଇ ବଚସା ହେଲା ଯେ ଭୋର୍ ୪ଟା ୧୧ରେ ମନୀଷ ଘର ଲୋକଙ୍କୁ ଫୋନ୍ କରି ତାଙ୍କୁ ମାର୍‌ପିଟ କରୁଥିବା କହିଥିଲେ? ଏହାରି ଭିତରେ ଆଉ ଜଣେ ସାଙ୍ଗ ମନୀଷଙ୍କୁ ଘରେ କିଛି ସମୟ ଭିତରେ ପହଞ୍ଚାଇଦେବା ପାଇଁ ତାଙ୍କ ବାପାଙ୍କୁ ଅଭୟ ବାଣୀ ମଧ୍ୟ ଦେଇଥିଲେ। ହେଲେ ତା’ପରେ ମନୀଷଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା, ଆଉ ତହିଁ ପରଦିନ ତାଙ୍କ ଶବ ଏହି ହୋଟେଲ୍‌ରୁ କିଛି ଦୂରରେ ଥିବା ନମ୍ରକାନି ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe