କନକ ବ୍ୟୁରୋ: ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ଗତ ୫ ତାରିଖ ସଂଧ୍ୟାରେ ମହାବଳର ମୃତଦେହ ଉଦ୍ଧାର କରିଛନ୍ତି । ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।