ମହିଳା , ଭଗବାନ, ଛୋଟପିଲା , ପାଗଳ ଏଭଳି ଅନେକ ରୂପରେ ଚର୍ଚ୍ଚା ସାଉଁଟିଥିବା ଟିଡିପିର ପୂର୍ବ ସାଂସଦ ଏନ୍ . ଶିବ ପ୍ରସାଦଙ୍କ ପରଲୋକ ! ୬୮ ବର୍ଷ ବୟସରେ ଡାକ୍ତରଖାନାରେ ତ୍ୟାଗ କଲେ ଶେଷ ନିଶ୍ୱାସ । 

212

କେତେବେଳେ ଭଗବାନ ତ କେତେବେଳେ ନାରୀ ଭଳି ଅନେକ ରୁପ ଧାରଣ କରି ସାଂସଦରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଟିଡିପିର ପୂର୍ବ ସାଂସଦ ଏନ୍ . ଶିବ ପ୍ରସାଦଙ୍କ ଶନିବାର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ଏହି ନେତା ଗତ କିଛି ସମୟ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସୀତ ହେଉଥିଲେ । ତେବେ ଗତକାଲି ଡାକ୍ତରଖାନାରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏନ୍ . ଶିବ ପ୍ରସାଦ ନିଜ ବେଶଭୂଷାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ସେ ସେତେବେଳେ ମଧ୍ୟ ଚର୍ଚ୍ଚା ସାଉଁଟିଥିଲେ ଯେତେବେଳେ ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ପାଇଁ ସେ ସୁଦାମା ବେଶ ଧାରଣ କରି ସାଂସଦ ଭବନ ପହଁଚିଥିଲେ । ଶ୍ରୀକୃଷ୍ଣ,ନାରଦ,ଭୋଳାନାଥ,ମତ୍ସ୍ୟଜୀବୀ,ମହିଳା,ସ୍କୁଲପିଲା,ପାଗଳ,ଓକିଲ,ପୋଲିସ୍ ,ଡାକ୍ତର ଭଳି ଅନେକ ରୁପ ନେଇ ସେ ନିଜ ସଂସଦୀୟ କ୍ଷେତ୍ର ଏବଂ ସଂସଦରେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଏନ୍ . ଶିବ ପ୍ରସାଦଙ୍କ ଦେହାନ୍ତରେ ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରି କହିଛନ୍ତି । ଏନ୍ . ଶିବ ପ୍ରସାଦ ଜଣେ ବହୁଲ ଭଲ ବ୍ୟକ୍ତିତ୍ୱର ମଣିଷ ତ ଥିଲେ କିନ୍ତୁ ଭଲ ମିତ୍ର ମଧ୍ୟ ଥିଲେ ତାଙ୍କ ଦେହାନ୍ତ ଆନ୍ଧ୍ରପ୍ରଦେଶ ପାଇଁ ଏକ ବଡ କ୍ଷତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.