କେତେବେଳେ ଭଗବାନ ତ କେତେବେଳେ ନାରୀ ଭଳି ଅନେକ ରୁପ ଧାରଣ କରି ସାଂସଦରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଟିଡିପିର ପୂର୍ବ ସାଂସଦ ଏନ୍ . ଶିବ ପ୍ରସାଦଙ୍କ ଶନିବାର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ଏହି ନେତା ଗତ କିଛି ସମୟ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସୀତ ହେଉଥିଲେ । ତେବେ ଗତକାଲି ଡାକ୍ତରଖାନାରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏନ୍ . ଶିବ ପ୍ରସାଦ ନିଜ ବେଶଭୂଷାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ସେ ସେତେବେଳେ ମଧ୍ୟ ଚର୍ଚ୍ଚା ସାଉଁଟିଥିଲେ ଯେତେବେଳେ ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ପାଇଁ ସେ ସୁଦାମା ବେଶ ଧାରଣ କରି ସାଂସଦ ଭବନ ପହଁଚିଥିଲେ । ଶ୍ରୀକୃଷ୍ଣ,ନାରଦ,ଭୋଳାନାଥ,ମତ୍ସ୍ୟଜୀବୀ,ମହିଳା,ସ୍କୁଲପିଲା,ପାଗଳ,ଓକିଲ,ପୋଲିସ୍ ,ଡାକ୍ତର ଭଳି ଅନେକ ରୁପ ନେଇ ସେ ନିଜ ସଂସଦୀୟ କ୍ଷେତ୍ର ଏବଂ ସଂସଦରେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଏନ୍ . ଶିବ ପ୍ରସାଦଙ୍କ ଦେହାନ୍ତରେ ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରି କହିଛନ୍ତି । ଏନ୍ . ଶିବ ପ୍ରସାଦ ଜଣେ ବହୁଲ ଭଲ ବ୍ୟକ୍ତିତ୍ୱର ମଣିଷ ତ ଥିଲେ କିନ୍ତୁ ଭଲ ମିତ୍ର ମଧ୍ୟ ଥିଲେ ତାଙ୍କ ଦେହାନ୍ତ ଆନ୍ଧ୍ରପ୍ରଦେଶ ପାଇଁ ଏକ ବଡ କ୍ଷତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/aa-Cover-gb4objmo870hf8v30junj44m76-20180403125241.Medi_.jpeg)
/kanak/media/post_attachments/wp-content/uploads/2019/09/WhatsApp-Image-2018-12-28-at-2.01.05-PM-300x169.jpeg)