ବିଜେପି ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ । ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ଢେଙ୍କାନାଳ ହିନ୍ଦୋଳର ଘଟଣା ।

Advertisment
ବିଜେପି ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ । ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ଢେଙ୍କାନାଳ ହିନ୍ଦୋଳର ଘଟଣା ।

କନକ ବ୍ୟୁରୋ: ମତଦାନ ଭିତରେ ଦୁଃଖଦ ଖବର । ଢେଙ୍କାନାଳ ହିନ୍ଦୋଳରେ ଜଣେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ ହୋଇଛି । ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁର ୧୩୬ ନମ୍ବର ବୁଥରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ବୁଥରେ ସେ ବିଜେପିର ଏଜେଣ୍ଟ ଭାବେ ଦାୟିତ୍ୱରେ ଥିଲେ । ମୃତ ଏଜେଣ୍ଟହେଉଛନ୍ତି ଶୁକଦେବ ପଟ୍ଟନାୟକ ।

ସୂଚନା ମୁତାବକ, ଶୁକଦେବ ସକାଳୁ ବୁଥରେ ପହଞ୍ଚିଥିଲେ । କିନ୍ତୁ ଅତ୍ୟଧିକ ଗରମ ଯୋଗୁଁ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe