କନକ ବ୍ୟୁରୋ: ମତଦାନ ଭିତରେ ଦୁଃଖଦ ଖବର । ଢେଙ୍କାନାଳ ହିନ୍ଦୋଳରେ ଜଣେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ ହୋଇଛି । ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁର ୧୩୬ ନମ୍ବର ବୁଥରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ବୁଥରେ ସେ ବିଜେପିର ଏଜେଣ୍ଟ ଭାବେ ଦାୟିତ୍ୱରେ ଥିଲେ । ମୃତ ଏଜେଣ୍ଟହେଉଛନ୍ତି ଶୁକଦେବ ପଟ୍ଟନାୟକ ।
ସୂଚନା ମୁତାବକ, ଶୁକଦେବ ସକାଳୁ ବୁଥରେ ପହଞ୍ଚିଥିଲେ । କିନ୍ତୁ ଅତ୍ୟଧିକ ଗରମ ଯୋଗୁଁ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/polling.jpg)