ଧାନବାଦ ଜଜ୍ ମୃତ୍ୟୁ ମାମଲା : ହତ୍ୟା ନା ଦୁର୍ଘଟଣା ଯାଂଚ କରିବ ସିବିଆଇ

66

କନକ ବ୍ୟୁରୋ : ଧାନବାଦ ସହରରେ ଏଡିଜି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସବିଆଇର କହିବା ମୁତାବକ ଝାଡଖଣ୍ଡ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରାଯାଇଛି । ଏବେ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି ଓ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଏହାପରେ ସବିଆଇ ଧାନବାଦ ଯାଇ ସ୍ଥିତି ନିରୀକ୍ଷଣ କରିବ ଓ ସାକ୍ଷୀ ମାନଙ୍କ ପଚରା ଉଚରା କରିବ ବୋଲି ଜଣାପଡଇଛି । ଏହାସହ ଅଭିଯୁକ୍ତମାନଙ୍କର ବୟାନ ସିବିଆଇ ପୁଣିଥରେ ରେକର୍ଡ କରିବ ବୋଲି କୁହାଯାଇଛି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ସବିଆଇ ଯାଂଚ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସହ ନ୍ୟାୟ ମିଳିବ ବୋଲି ଉତ୍ତମ ଆନନ୍ଦଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ । ସୂଚନା ଥାଉକି ଜୁଲାଇ ୨୮ ତାରିଖ ଦିନ ସକାଳେ ଏଡିଜି ଉତ୍ତମ ଆନନ୍ଦ ପ୍ରାତଭ୍ରମଣ କରୁଥିବା ବେଳେ ତାଙ୍କ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା । ଏଥିରେ ଉତ୍ତମ ଆନନ୍ଦଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ମାମଲାର ଯାଂଚ କରିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରିଥିଲା ସ୍ଥାନୀୟ ପୋଲିସ । ଏଥିରେ ସ୍ପଷ୍ଟ ହୋଇଥିଲା କି ଅଟୋଟି ଯୋଜନାବଦ୍ଧ ଭାବେ ଏଡିଜିଙ୍କ ଉପରକୁ ମଡାଇ ଦିଆଯାଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟା ଦୃଷ୍ଟିକୋଣରେ ପୋଲିସ ଯାଂଚ ଆରମ୍ଭ କରିଥିଲା । ଏହାପରେ ଅଟୋଚାଳକ , ଅଟୋ ଓ ଦୁଇଜଣ ସହଯୋଗୀଙ୍କୁ ଗିରଫ୍ କରିଥିଲା ।