କନକ ବ୍ୟୁରୋ : ନିୟତିର ନିର୍ଦ୍ଦେଶ ଥିଲା ଅଲଗା । ଶନିବାରଦିନ ବାହାଘର ହୋଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ । କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଗାଁର ନେପାଳ ପ୍ରଧାନ । ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ଦିଆଯାଇଥିବା ବିଭିନ୍ନ କାମରେ ନେପାଳ ନିୟୋଜିତ ଥିଲେ ।
ଗତକାଲି ନେପାଳଙ୍କ ବାହାଘର ଥିଲା । କିନ୍ତୁ ଚାରିଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କର ଆଂଟିଜେନ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଥିଲ।। ହେଲେ ଶୁକ୍ରବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ତାଙ୍କୁ ବୁର୍ଲା ଓ ପରେ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ମଲଟିଅର୍ଗାନ ଡ୍ୟାମେଜ ଯୋଗୁଁ ସେ ପ୍ରାଣ ହରାଇଥିଲେ । ଫଳରେ ଯେଉଁଦିନ ପସେ ବର ହୋଇଯାଇଥାନ୍ତେ, ସେହିଦିନ ଶବ ହୋଇ ଫେରିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/vlcsnap-2021-05-10-07h35m36s205.png)