କରୋନା ନେଲା ଆଉ ୧ ଜୀବନ । ଗଂଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଲା କୋଭିଡ୍-୧୯ ଭୁତାଣୁ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ସେପଟେ ରାଜ୍ୟରେ ଆଜି ନୂଆ ୧୧୨ କରୋନା ସଂକ୍ରମିତ ଚିହ୍ନଟ

1,027

କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ । ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକ ଜଣକ ଗଂଜାମ ଜିଲ୍ଲାର ଏବଂ ୫୫ ବର୍ଷୀୟ ବ୍ୟକ୍ତି । କରୋନା ମହାମାରୀରେ ସଂକ୍ରମଣ ହୋଇ ତାଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ତେବେ ଶ୍ୱାସକ୍ରିୟାରେ ଗମ୍ଭୀର ସମସ୍ୟା ରହିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଜି  ୧୧୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ଜଣକ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ମୃତକ ହେଉଛନ୍ତି ଗଂଜାମର ୫୫ ବର୍ଷୀୟ ବ୍ୟକ୍ତି । ୧୧୨ ନୂଆ ପଜିଟିଭ୍ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧୦୭ ଏବଂ ସ୍ଥାନୀୟ ଅଂଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଏନଡିଆରଏଫ, ଓଡ୍ରାଫ୍ ଏବଂ ଅଗ୍ନିଶମର ୨୧ ଜଣ ଜବାନ ଆକ୍ରାନ୍ତ ହୋଇଛନ୍ତି । ପୁରୀରୁ ୧୫ ଜଣ . ଖୋର୍ଧାରୁ ୮, ଅନୁଗୁଳ ଓ ଗଂଜାମରୁ ୬, ଗଜପତି, ସଂବଲପୁର, କେନ୍ଦୁଝରରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଂଜରୁ ୭ ଆକ୍ରାନ୍ତ ଚିହଟ ହୋଇଛନ୍ତି । ସୁନ୍ଦରଗଡ ଓ ନୟାଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ, ମାଲକାନଗିରି , ବୌଦ୍ଧ, କଟକ, ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା , ଦେବଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩ ହଜାର ୪୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ୧୧୩୧ ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୨୩ ଶହ ୫୪ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ।