ରଙ୍ଗର ଖେଳ ହେଲା ମୃତ୍ୟୁର ଖେଳ ! ହୋଲି ଖେଳି ଗାଧୋଇବା ବେଳେ ଜଣେ ନାବାଳକ ସମେତ ଭାସିଗଲେ ୫ ଜଣ ।

435

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲିରେ ବଡ ଧରଣର ଅଘଟଣ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କ ଜୀବନ ଯାଇଛି । ହୋଲି ଖେଳ ପରେ ଗାଧୋଇବାକୁ ଯାଇ ପ୍ରାଣ ହରାଇଛନ୍ତି ୪ଜଣ ଯୁବକ ଓ ଜଣେ ଶିଶୁ । କଟକ ଗୋପାଳପୁର ନିକଟ କାଠଯୋଡିରେ ବୁଡି ଯୁବକ ପ୍ରାଣ ହରାଇଛନ୍ତି । ସେହିପରି ବାରଙ୍ଗ-ପୁରୀ ମୁଖ୍ୟ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଖରସ୍ରୋତା ନଦୀରେ ବୁଡି କଟକ ଜଗତପୁରର ଜଣେ ଯୁବକଙ୍କ ଜୀବନ ଯାଇଛି ।

ବଲାଙ୍ଗୀର ତେଲ ନଦୀରେ ବୁଡି ଜଣେ ଯୁବକ ଏବଂ ସୁନ୍ଦରଗଡ ଲହୁଣୀପଡାରେ ଜଣେ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଗୋଟିଏ ପଟେ ସାରା ରାଜ୍ୟରେ ହୋଲି ଉତ୍ସବ ପାଳନ ଚାଲିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଖବର ରାଜ୍ୟବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି । ପ୍ରାଣ ହରାଇଥିବା ସମସ୍ତ ୫ଟି ଯାକ ସ୍ଥାନରେ ହୋଲି ଖେଳ ପରେ ଗାଧୋଇବାକୁ ଯାଇ ଅଘଟଣ ଘଟିଛି । କିଏ ନଦୀରେ ତ ଆଉ କିଏ କେନାଲରେ ବୁଡି ପ୍ରାଣ ହରାଇଛନ୍ତି ।