ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ରାଜଧାନୀର ଗାନ୍ଧୀ ପାର୍କରେ ରାଜନୈତିକ ଦଳ ପକ୍ଷରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ।

170

କନକ ବ୍ୟୁରୋ: ଆଜି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ । ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ପରଲୋକ ହୋଇଥିଲା । ୧୯୪୮ର ଆଜିର ଦିନରେ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ମହାତ୍ମା ଗାନ୍ଧି ପ୍ରାଣ ହରାଇଥିଲେ । ଜଣେ ମହାତ୍ମା ଆଉ ସତ୍ୟର ସ୍ୱରଭାବେ ଭାରତୀୟଙ୍କ ଆତ୍ମାରେ ରହିଥିବା ମହାନାୟକଙ୍କୁ ମନେ ପକାଉଛି ପୂରା ଦେଶ ।

ଏହି ଅବସରରେ ସାରା ଦେଶରେ ବାପୁଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ଗାନ୍ଧୀ ପାର୍କରେ ପ୍ରଦେଶ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଏବଂ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମଦ ମୁକ୍ତ ଓଡିଶା ନେଇ ବାପୁଙ୍କ ତିରୋଧାନ ଦିବସରେ ପୁଣି ଥରେ ସ୍ୱର ଜୋର କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ।