କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତ 

313

କନକ ବ୍ୟୁରୋ: ଦଙ୍ଗଲରୁ ଦସ୍ତକ୍ । ବିତର୍କରୁ ଖବର ଉପସ୍ଥାପନା । ଲୋକପ୍ରିୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଆଜତକର ଚର୍ଚ୍ଚିତ ଚେହେରା, ରୋହିତ ସରଦାନାଙ୍କ ଦେହାନ୍ତ, ସାରା ଭାରତର ଗଣମାଧ୍ୟମକୁ ଦୋହଲାଇ ଦେଇଛି । ଆଖି ଆଗରେ ଘଟୁଥିବା ମୃତ୍ୟୁ ପରେ ବି ଯଦି କେହି କୁହନ୍ତି, ଗଣମାଧ୍ୟମ କରେନାକୁ ନେଇ ଅତିରଂଜିତ ଖବର ପ୍ରସାରଣ କରୁଛି, ତାହେଲେ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି ।

ରୋହିତ ସରଦାନାଙ୍କ ଦେହନ୍ତ ଖବର ଯେତେବେଳେ ଆଜତକର ପ୍ରସାରିତ ହେଉଥିଲା । ପୁରା ଟିମ୍ ଭାବ ବିହ୍ୱଳ ହୋଇ ଉଠୁଥିଲା । ଖବର ଉପସ୍ଥାପିକାମାନେ ପରଦା ଆଗରେ କାନ୍ଦି କାନ୍ଦି, ସରଦାନାଙ୍କ ସହ ବ୍ୟକ୍ତିତ୍ୱ ଓ ବିଶେଷତ୍ୱ ବଖାଣୁଥିଲେ ।

ବିହାରର ମୁଖ୍ୟ ଶାସନ ସଚିବ । ୧୯୮୫ ବ୍ୟାଚ୍ର ଆଇଏଏସ୍ ଅରୁଣ, ଫେବୃୟାରୀ ମାସରେ ବିହାର ମୁଖ୍ୟ ଶାସନ ସଚିବ ଭାବେ ଦ୍ୱାୟୀତ୍ୱ ନେଇଥିଲେ । ସେହିପରି ସୋଲି ସୋରାବ ଜୀ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଗୋଟିଏ ଦିନରେ ତିନି ପ୍ରମୁଖ ଚେହେରାଙ୍କ ମୃତ୍ୟୁ,  ଚିକ୍ରାର କରି ଗୋଟିଏ କଥା କହୁଛି ଯେ, କରୋନା ଚେହେରା ଦେଖେନି, ଆଉ ମୃତ୍ୟୁ କେତେବେଳେ ବି ଆସିପାରେ । ଯେତେବେଳେ ଦେଶରେ କରୋନାର ଦ୍ୱିତୀୟ ଲହରି, ବେକାବୁ ହେଉଛି, ଠିକ୍ ସେତେବେଳେ ଆଖି ଆଗରୁ ଜଣେ ପରେ ଜଣେ ପରିଚିତ ଚେହେରା, ଚାଲିଯାଉଛନ୍ତି । ଆଉ ସେମାନେ ଦୁନିଆରୁ ବିଦାୟ ନେବା ପଛରେ କେଉଁଠି ନା’ କେଉଁଠି କରୋନା ହିଁ କାରଣ ।