ଆତ୍ମ ଘୋଷିତ ଭଗବାନ ରାମ ରହିମ ସହଯୋଗୀ ହନିପ୍ରୀତଙ୍କୁ ଆଶ୍ୱସ୍ତି । ପଞ୍ଚକୁଲା ହିଂସାକାଣ୍ଡ ମାମଲାରେ ଦେଶଦ୍ରୋହ ଧାରା ହଟାଇଲେ କୋର୍ଟ ।

1,121

କନକ ବ୍ୟୁରୋ: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଲା ଦେଶଦ୍ରୋହ ଧାରା । ଏନେଇ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି । ପଞ୍ଚକୁଲା ହିଂସା ମାମଲାରେ ଜିଲ୍ଲା ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ହନିପ୍ରୀତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଉପରୁ ଏହି ଧାରାକୁ ହଟାଇ ଦିଆଯାଇଛି ।

ଜିଲ୍ଲା ଅଦାଲତରେ ଏହି ମାମଲାର ଶୁଣାଣି ହେଉଥିବାବେଳେ ହନିପ୍ରୀତଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର କରାଯାଇଥିଲା । ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଗିରଫ କରାଯିବା ପରେ ପଞ୍ଚକୁଲାରେ ହିଂସା ହୋଇ ଯାଇଥିଲା । ଏଥିରେ ହନିପ୍ରୀତଙ୍କ ବିରୋଧରେ ହିଂସା ସୃଷ୍ଟି କରିବାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ହନିପ୍ରୀତଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜରେ ରଖାଯାଇଥିଲା ।

ଅନ୍ୟପଟେ ଗତ ଜାନୁଆରୀ ୧୭ ତାରିଖରେ ଡ଼ୋରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟାକାଣ୍ଡରେ ସିବିଆଇର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦୀର୍ଘ ୧୬ ବର୍ଷ ପୂର୍ବ ପୁରୁଣା ମାମଲାରେ କୋର୍ଟ ଗୁରମିତ ରାମ ରହିମଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ ପଞ୍ଚକୁଲା କୋର୍ଟ। ଉକ୍ତ ମାମଲାରେ ରାମ ରହିମଙ୍କ ବ୍ୟତିତ ଅନ୍ୟ ୩ ଦୋଷୀ କୁଲଦୀପ ସିଂହ, ନିର୍ମଳ ସିଂହ ଓ କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।