ଚାଉଳ ଚୋରି କରୁଛି କିଏ ? ଚାଉଳ ଚୋରିକୁ ନେଇ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଛାନିଆ ଡିଲର ସଂଘ ଓ ଯୋଗାଣ ଠିକାଦାର ଚାଉଳ ଚୋରି କରୁଛି କିଏ?

Advertisment
ଚାଉଳ ଚୋରି କରୁଛି କିଏ ? ଚାଉଳ ଚୋରିକୁ ନେଇ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଛାନିଆ ଡିଲର ସଂଘ ଓ ଯୋଗାଣ ଠିକାଦାର ଚାଉଳ ଚୋରି କରୁଛି କିଏ?

କନକ ବ୍ୟୁରୋ: ଚାଉଳ ଚୋରୀକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ପରେ ବିଭିନ୍ନ ମହଲରେ ହଲଚଲ ଦେଖିବାକୁ ମିଳିଛି। ଏହାସହ ଛାନିଆ ହୋଇପଡ଼ିଛନ୍ତି ଡିଲର ସଂଘ ଓ ଯୋଗାଣ ଠିକାଦାର। କିନ୍ତୁ ଚାଉଳ ଚୋରି କରୁଛି କିଏ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ମନ୍ତ୍ରୀଙ୍କ କଥାକୁ ଖଣ୍ଡନ କରି ଯୋଗାଣ ଠିକାଦାର କହିଛନ୍ତି , ଚାଉଳ କୌଣସି ସ୍ଥାନରେ ଚୋରୀ ହେବାର ସମ୍ଭାବନା ନାହିଁ। ସରକାରୀ ଗୋଦାମରୁ ଚାଉଳ ଟ୍ରକରେ ଲୋଡ ହୋଇ ଓଜନ କରାଯାଉଥିବା ସ୍ଥାନରେ ପହଞ୍ଚି ଥାଏ। ସେଠାରେ ଡିଜିଟାଲି ଓଜନ ହେବା ପରେ ସେହି ସ୍ଥାନରେ ଥିବା ଅଧିକାରୀ ଅନୁମତି ପରେ ଟ୍ରକ ବାହାରିଥାଏ। ସେଠୁ ଚାଉଳ ବିଭିନ୍ନ କଣ୍ଟ୍ରୋଲୋର କେନ୍ଦ୍ରକୁ ଯାଇଥାଏ। ସେଠାରେ ପ୍ରତି ବସ୍ତାକୁ ସେମାନେ ଓଜନ କରି ରଖନ୍ତି। ଯଦି କୌଣସି କାରଣରୁ ବସ୍ତାରେ ଚାଉଳ କମ ରୁହେ କଣ୍ଟ୍ରୋଲର ଅଭିଯୋଗ କରିବା ପରେ ବାକି ଚାଉଳ ସେମାନଙ୍କୁ ମିଳିଥାଏ। ଏସବୁ ଭିତରେ ବଲାଙ୍ଗୀରରେ ଚାଉଳ ବଣ୍ଟନ କରୁଥିବା ଯୋଗାଣ ଠିକାଦାର ଯୋଗାଣ ମନ୍ତ୍ରୀଙ୍କ କଥାକୁ ଖଣ୍ଡନ କରି ଚାଉଳ ଚୋରି ସମ୍ଭବ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe