କନକ ବ୍ୟୁରୋ: ପୁରୀ ନୀଳାଚଳ ହୋଟେଲକୁ ବିକ୍ରି କରିବା ପାଇଁ ଠିକାମୀର ସବୁ ସୀମା ଟପିଯାଇଛି ୪ଶହ ବିଶ୍ । ନିଜକୁ ଆଇଟିଡିସିର ଅଧିକାରୀ କହି ପୁରୀର ତପନ ମହାନ୍ତିଙ୍କ ସହ ହୋଟେଲ ବିକିବା ପାଇଁ ୧୫ କୋଟିର ଡିଲ କରିଥିଲା । ୩ କୋଟି ଟଙ୍କା ଲାଂଚ ନେବ ବୋଲି ମୂଲଚାଲ କରିବା ପରେ ତପନ ମହାନ୍ତିଙ୍କ ଠାରୁ ଅଗ୍ରିମ ଆକାରରେ ୫୦ ଲକ୍ଷ ଟଙ୍କା ଠକି ନେଇଛି । ଅଭିଯୋଗ ପରେ ଅନିକେଶକୁ ଗିରଫ କରିଛି ଇଓଡବ୍ଲୁ ।
ସେପଟେ ଏତେ ବଡ଼ ଠକାମୀରେ ପଡି ୫୦ ଲକ୍ଷ ଟଙ୍କା ହରାଇଥିବା ନେଇ ତପନ ମହାନ୍ତି ଜାଣିବା ପରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା କହିଛନ୍ତି ତାଙ୍କ ପରିବାର ଲୋକ ।
ଜାଲ କାଗଜପତ୍ର ଜରିଆରେ ପୂର୍ବରୁ ଓଟିଡ଼ିସି ନାଁରେ ୩ କୋଟି ଟଙ୍କା ଠକେଇ କରି ଗିରଫ ହୋଇ ଜେଲରେ ଅଛନ୍ତି ଚନ୍ଦନ ଆକାଶ ମହାନ୍ତି ଓ ବାବା ବିଜୟାନନ୍ଦ ଚୌଧୁରୀ । ଏବେ ଚନ୍ଦନର ସହଯୋଗୀ ଅଭିଯୁକ୍ତ ଅନିକେଶ ସାହୁକୁ ଗିରଫ କରିଛି ଇଓଡବ୍ଲ୍ୟୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/19-27.jpg)