କନକ ବ୍ୟୁରୋ : ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ବଡ ବୋମା ଫାଟିଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଫଳରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବା ସୂଚନା ମିଳିଛି । କେଉଁ କାରଣରୁ ଏଭଳି ଶବ୍ଦ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ମୃଦୁ ଭୂମିକମ୍ପ ହୋଇଥିବା ଅନୁମାନ କରାଯାଉଛି ।

Advertisment