ମୂକ-ବଧିର ଆତଙ୍କବାଦୀ ଦେଲା ଭାରତ ଉପରେ ଆକ୍ରମଣ ଧମକ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ  

ମୂକ-ବଧିର ଆତଙ୍କବାଦୀ ଦେଲା ଭାରତ ଉପରେ ଆକ୍ରମଣ ଧମକ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ  

source : Times of India

କଶ୍ମୀରରେ ସମସ୍ୟା ବଢ଼ାଇବା ପାଇଁ ଆତଙ୍କବାଦୀମାନେ କୌଣସି ବି ସୁଯୋଗ ହାତଛଡ଼ା କରୁନାହାଁନ୍ତି। ଏବେ ମୂକ ଏବଂ ବଧିରମାନଙ୍କୁ ଆତଙ୍କବାଦୀ ତାଲିମ ଦିଆଯାଉଛି । ଦିଲ୍ଲୀ ସମେତ ଭାରତର ପ୍ରମୁଖ ସହରରେ ବିସ୍ଫୋରଣ ଘଟାଇବା ପାଇଁ କଶ୍ମୀରର ମୂକ ତଥା ବଧିର ଯୁବକମାନଙ୍କୁ ଏବେ ଆତଙ୍କବାଦୀମାନେ ତାଲିମ ଦେଉଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣର କିଛି ଘଣ୍ଟା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି । ଭିଡିଓଟିରେ ଜଣେ ବ୍ୟକ୍ତି ଏକ ସ୍ୱୟଂଚାଳିତ ବନ୍ଧୁକ ଧରି ସାଙ୍କେତିକ ଭାଷାରେ ଭାରତରେ ବଡ଼ ଧରଣର ହିଂସା ହେବାର ସୂଚନା ଦେଇଛି ।

publive-image

ଜଣେ ମୂକ-ବଧିର ଆତଙ୍କବାଦୀ ଇଣ୍ଟରନେଟରେ ଭିଡିଓ ସେୟାର କରିଛି । ଯେଉଁଥିରେ ସେ ହିନ୍ଦୁସ୍ତାନ ଉପରେ ଅତିଶୀଘ୍ର ଆକ୍ରମଣ କରିବାକୁ ଦାବି କରିଛି । ଆତଙ୍କବାଦୀ ଜଣକ ସମସ୍ତଙ୍କୁ ସାଙ୍କେତିକ ଭାଷାରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଏବଂ ଏହା ବି କହିଛି କି, ଦିଲ୍ଲୀ ଉପରେ ଅତିଶୀଘ୍ର ଆକ୍ରମଣ ହେବ । ସେ ଏହା ବି କହିଛି କି, ମୂକ-ବଧିରଙ୍କ ଉପରେ ଆକ୍ରମଣ କରାଯିବ ନାହିଁ । କେବଳ କହିପାରୁଥିବାଙ୍କ ଉପରେ ଆକ୍ରମଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe