କନକ ବ୍ୟୁରୋ : ଆମେରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଆତଙ୍କ ମଚାଇଥିବା ବେଳେ ଚିନ୍ତା ବଢାଇଛି ଆଉ ଏକ ନୂଆ ଭାଇରସର ଭାୟ । ଏହି ଭାଇରସର ନାଁ ହେଉଛି ‘ଆର.ଡି.ଏଚ୍.ଭି.ଟୁ’ । ଏହାର ପୂରା ନାଁ ହେଉଛି ‘ର୍ୟାବିଟ୍ ହେମୋରେଜିକ୍ ଡିଜିଜ୍ ଭାଇରସ୍-ଟୁ’ । ଆମେରିକାର ଓରେଗାଂନ ଭେଟନାରୀରେ ଏହି ଭାଇରସ ଠାବ କରାଯାଇଛି । ଆମେରିକାରେ ଠାବ ହୋଇଥିବା ଏହି ନୂଆ ଭାଇରସ ଠେକୁଆମାନଙ୍କୁ ସଂକ୍ରମଣ କରୁଛି । କେବଳ ଠେକୁଆ ନୁହେଁ ଅନ୍ୟ କେତେକ ଜଙ୍ଗଲି ପ୍ରାଣି ମଧ୍ୟ ଏହି ଭାଇରସର ଶିକାର ହୋଇଥିବା ସୂତ୍ରରୁ ଜଣାପଡିଛି ।
ତେବେ ଶୀତଦିନେ ଆମେରିକାରେ ଲୋକେ ଠେକୁଆଙ୍କ ଶିକାର କରୁଥିବାରୁ ଏହି ସଂକ୍ରମଣ ପୋଷା ଜୀବଙ୍କୁ ହେବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଓଡିଏଫଡବ୍ୟୁ ମୁତାବକ, ଗତବର୍ଷ ମାର୍ଚ୍ଚମାସ ମଧ୍ୟଭାଗରେ ଏହି ଭାଇରସ୍ ପ୍ରଥମ ଥର ପାଇଁ ଏକ ଘରୋଇ ପୋଷା ଠେକୁଆଠାରେ ଚିହ୍ନଟ ହୋଇଥିଲା । କିନ୍ତୁ ସେତେବେଳେ ସଂକ୍ରମଣ ମାମଲା ଖୁବ୍ କମ୍ ଥିଲା । କିନ୍ତୁ ବର୍ତ୍ତମାନ ଏହି ଭାଇରସର ସଂକ୍ରମଣରେ ଜଙ୍ଗଲୀ ଠେକୁଆଙ୍କ ଜୀବନ ଯାଉଛି । ଏହି ଭାଇରସରେ ସଂକ୍ରମିତ ହୋଇ ମରିଯିବା ପରେ ଠେକୁଆଙ୍କୁ ଅନ୍ୟ ଜୀବ ଖାଉଛନ୍ତି । ତେଣୁ ସଂକ୍ରମଣ ଆହୁରି ବଢିବାର ଭୟ ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ ଏବଂ ଆମେରିକା ପ୍ରଶାସନ
ଆମେରିକାରେ ନୂଆ ଭାଇରସ୍ ଆତଙ୍କ । ସଂକ୍ରମିତ ହେଉଛନ୍ତି ଜଙ୍ଗଲୀ ପ୍ରାଣି
/kanak/media/post_attachments/wp-content/uploads/2022/01/9-8.jpg)